ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରିୱାଲ

ନୂଆଦିଲ୍ଲୀ, ୧୫/୦୯: ଆସିଲା ବଡ ଖବର l ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରିୱାଲ l ୨ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ବୋଲି କହିଲେ ଅରବିନ୍ଦ କେଜ୍ରିୱାଲ l ସେ କହିଛନ୍ତି, “ଦୁଇ ଦିନ ଭିତରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି l ବର୍ତ୍ତମାନ ମୁଁ ଅଗ୍ନି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ଅଛି l ମୁଁ ଓ ସିସୋଦିଆ ଜନତାଙ୍କ ପାଖକୁ ଯିବୁ, ଏହାପରେ ସେମାନେ ନିଷ୍ପତି ନେବେ l ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ସ୍ଥାନରେ ଅନ୍ୟ କେହି ମୁଖ୍ୟମନ୍ତ୍ରୀ ହେବେ l ଦିଲ୍ଲୀ ବିଧାନସଭା ଭଙ୍ଗ ହେବ ନାହିଁ ଏବଂ ନିର୍ବାଚନ ପର୍ଯ୍ୟନ୍ତ ଆପ୍ ନେତା ପଦ ସମ୍ଭାଳିବେ ବୋଲି କେଜରିୱାଲ କହିଛନ୍ତି । ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବାବେଳେ ଆଜି ବିଜେପି ଉପରେ କଡା ନିଶାନା କରିଛନ୍ତି କେଜ୍ରିୱାଲ l

ସେପ୍ଟେମ୍ବର ୧୩ରେ ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଜେଲରୁ ବାହାରିବା ପରେ ସେ ରଣହୁଙ୍କାର ଦେଇ କହିଥିଲେ, ମୁଁ ସତ୍ ପଥରେ ରହିଥିଲି, ତେଣୁ ଭଗବାନ ମଧ୍ୟ ମୋ ସହ ରହିଛନ୍ତି । ଜେଲ୍ ଭିତରେ ମୁଁ ଏହି ଦିନକୁ ଅପେକ୍ଷା କରିଥିଲି । ମୋ ଜୀବନ ଦେଶ ପାଇଁ ସମର୍ପିତ ହୋଇଛି । ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଦେଶ ପାଇଁ ସମର୍ପଣ କରିଛି । ଜୀବନରେ ମୁଁ ବହୁତ ବଡ଼ ବଡ଼ ସଂଘର୍ଷ କରିଛି, ଅନେକ ସମସ୍ୟାର ସମାଧାନ କରିଛି । କିନ୍ତୁ ପ୍ରତ୍ୟେକ ସମସ୍ୟାରେ ଭଗବାନ ମୋ ସାଥ୍ ଦେଇଥିଲେ ଏବଂ ଦେଇଛନ୍ତି, କାରଣ ମୁଁ ସତ୍ ପଥରେ ଥିଲି । ଏବେ ଜେଲରୁ ବାହାରିବା ପରେ ମୋର ଶକ୍ତି ମୋର ସାହସ ଓ ଶକ୍ତି ଆହୁରି ୧୦୦ ଗୁଣ ବଢି ଯାଇଛି । ଜେଲ ଭିତରର ନିବୁଜ ଚାରି କାନ୍ଥ ମୋ ଧର୍ଯ୍ୟ ଏବଂ ଆତ୍ମବିଶ୍ୱାସ ନଷ୍ଟ କରିପାରିବ ନାହିଁ ବୋଲି କହିଥିଲେ କେଜ୍ରିୱାଲ ।

ସୂଚନା ଅନୁସାରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଆମ୍‌ ଆଦମୀ ପାର୍ଟି ମୁଖ୍ୟାଳୟରେ ପହଞ୍ଚିଥିଲେ । ଦଳର ନେତା ଓ କର୍ମୀଙ୍କୁ ଭେଟିବା ପରେ କେଜ୍ରିୱାଲ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ରବିବାର ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ମୁଁ ଇସ୍ତଫା ଦେବି ବୋଲି କେଜ୍ରିୱାଲ କହିଛନ୍ତି ।

Leave a Reply

Your email address will not be published. Required fields are marked *