ଆଳୁ ରେଟ୍ ବଢ଼ିବାରେ ଲାଗିଛି, ଚିନ୍ତାରେ ଖାଉଟି

ଭୁବନେଶ୍ୱର: ଆଳୁର ଦରକୁ ନେଇଚିନ୍ତାରେ ଖାଉଟି। ଏହାର ଅଭାବତା କାରଣରୁ ଦାମ ବଢ଼ିବାରେ ଲାଗିଛି। ଭୁବନେଶ୍ୱର ୧ ନମ୍ବର ହାଟରେ ଆଳୁ ଦରର ରିଏଲିଟି ଚେକ କରାଯାଇଛି। ପଶ୍ଚିମବଙ୍ଗର ଲକ୍ଷ୍ମଣନାଥ ଟୋଲ ଗେଟରେ ଅଟକି ରହିଥିବା ଟ୍ରକ ଭୁବନେଶ୍ୱର ବଜାରରେ ପହଞ୍ଚିଛି। କିନ୍ତୁ ଆଳୁ ଦରରେ ଆଖି ଦୃଶିଆ ପରିବର୍ତ୍ତନ ଦେଖାଯାଇନି। ବରଂ ଚଢା ଥରରେ ବିକ୍ରି ହେଉଛି ଆଳୁ। ଆଳୁ ବ୍ୟବସାୟୀ କେତେ ଟଙ୍କାରେ ଆଳୁ ବିକ୍ରି କରୁଛନ୍ତି ତାହାର ରିଏଲିଟି ଚେକ କରିଛି ଆମ କ୍ୟାମେରା ଟିମ। ଆଳୁ ବ୍ୟବସାୟୀ ଆଳୁ କିଲୋ ପିଛା ବିକ୍ରି କରୁଛନ୍ତି ୪୫ ଟଙ୍କାରେ। କିନ୍ତୁ ବୋର୍ଡରେ ଲେଖିଛନ୍ତି ଆଳୁ କିଲୋ ୩୫ ଟଙ୍କା । ଆଉ କିଏ କିଏ ୪୫ ଟଙ୍କା ଲେଖି ମଧ୍ୟ ବିକ୍ରି କରୁଛନ୍ତି।

Leave a Reply

Your email address will not be published. Required fields are marked *