ବସ୍ କର୍ମଚାରୀଙ୍କୁ ନିଶା ଦେଇ ଲୁଟ ଉଦ୍ୟମ | ବସ୍ ରିଜର୍ଭ ନେବାକୁ କହି ଚା ପିଆଇ ଲୁଟ୍ କରିବାକୁ ଉଦ୍ୟମ | ଏହି ଘଟଣା ଘଟିଛି ପାରାଦ୍ୱୀପ ବସଷ୍ଟାଣ୍ଡରେ ଥିବା ତ୍ରୀଦେବୀ ନାମକ ଦୁଇଟି ବସ୍ କର୍ମଚାରୀ ମାନଙ୍କ ସହ | ତ୍ରିଦେବୀ ନାମକ ଦୁଇଟି ବସ ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ଅଚେତ ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ସ୍ତାନୀୟ ଅଠରବାଙ୍କୀ ମେଡିକାଲରେ ଭର୍ତି କରାଯାଇଛି | ଅନ୍ୟ ଦୁଇ ଜଣ କର୍ମଚାରୀଙ୍କ ଚେତା ନ ଆସିବାରୁ ଅଠରବାଙ୍କୀ ମେଡିକାଲରୁ କଟକ ବଡ ମେଡିକାଲକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି |
ସୂଚନା ଅନୁଯାୟୀ, ଆଜି ସକାଳୁ ଜଣେ ଲୋକ ବସ୍ ରିଜର୍ଭ କରିବା ନାମରେ ଆସି ବସ୍ କର୍ମଚାରୀ ମାନଙ୍କ ସହ କଥା ହୋଇଥିଲେ, କଥା ହୋଇ ଏକ ଜରୀରେ ଆଣିଥିବା ଚା’ ସେମାନଙ୍କୁ ପିଇବାକୁ ଦେଇଥିଲେ | ଚା’ ପିଇ ସାରିବା ପରେ ବସ୍ ରେ ଥିବା ଦୁଇ ଜଣ ଡ୍ରାଇଭର, ଜଣେ କଣ୍ଡକ୍ଟର ଓ ହେଲ୍ପର ଅଚେତ ହୋଇ ଯାଇଥିଲେ | ସେହି ସମୟରେ ଗାଡି ଫେଲ୍ ହୋଇଯିବାରୁ ଗାଡିର ହେଲ୍ପର ଡ୍ରାଇଭରଙ୍କୁ ଗାଡି ନେବାକୁ ଡାକିବାରୁ ଡ୍ରାଇଭର ଜଣଙ୍କୁ ମୁଣ୍ଡ ବୁଲାଉଛି କହିଥିଲେ | ହେଲ୍ପର ଜଣଙ୍କ ଅନ୍ୟ ଗାଡିକୁ ଯାଇ ଦେଖୁବାରୁ ଗାଡିର ଡ୍ରାଇଭର ହେଲ୍ପର, କଣ୍ଡକ୍ଟର ଉଭୟ ଅଚେତ ଅବସ୍ଥାରେ ଥିଲେ, ସଙ୍ଗେ ସଙ୍ଗେ ହେଲ୍ପର ଜଣଙ୍କ ଗାଡିର ମାଲିକଙ୍କୁ ଖବର ଦେବା ସହ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅଠରବାଙ୍କୀ ମେଡିକାଲ ନେଇଯାଇଥିଲେ | ମେଡିକାଲରେ ଡ୍ରାଇଭର ଓ ହେଲ୍ପର ଦୁଇ ଜଣଙ୍କର ଚେତା ନ ଆସିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି | ପୂର୍ବରୁ ମଧ୍ଯ ପୁରୀ ରୁ ପାରାଦ୍ୱୀପ ଆସୁଥିବା ଶିବଶକ୍ତି ବସ ର କର୍ମଚାରୀ ଙ୍କୁ ଏଭଲି ଥଣ୍ଡା ରେ ନିଶା ଦେଇ ଲୁଟ କରିଥିବା ଅଭିଯୋଗ ହୋଇଥିଲା | ଏହି ଘଟଣା ବାବଦରେ ପାରାଦ୍ୱୀପ ଆଦର୍ଶଥାନା ପୋଲିସ୍ ତଦନ୍ତ କରୁଥିବା ଜଣାପଡିଛି |