ବାବର ଛାଡିଲେ କ୍ୟାପଟେନ୍ସି !

କ୍ରିକେଟ ଜଗତରୁ ଆସିଲା ବଡ ଖବର । ପାକିସ୍ତାନକୁ ଲାଗିଲା ବଡ ଝଟକା । ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବାବର ଆଜମ। ପାକିସ୍ତାନ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଆଜି ଦ୍ୱିତୀୟଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବାବର ପାକିସ୍ତାନର ଦିନିକିଆ ଏବଂ ଟି-୨୦ର ଅଧିନାୟକ ଥିଲେ। ଏହା ପୂର୍ବରୁ ମଧ୍ୟ ସେ ଥରେ ଇସ୍ତଫା ଦେଇଥିଲେ, କିନ୍ତୁ ତାଙ୍କୁ ପୁଣି ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା। କିନ୍ତୁ ଏଥର ବାବର ନିଜର ‘କାର୍ଯ୍ୟଭାର’ ଦର୍ଶାଇ ପାକିସ୍ତାନର ଅଧିନାୟକତ୍ୱ ଛାଡିଛନ୍ତି। ଏବେ ସେ ତାଙ୍କ ବ୍ୟାଟିଂରେ ଆହୁରି ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ବୁଧବାର ବାବର ଫ୍ୟାନ୍ସଙ୍କ ସହ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଖବର ଶେୟାର କରିଛନ୍ତି। ବାବର ସୋସିଆଲ ମିଡିଆରେ ଲେଖିଛନ୍ତି, ପ୍ରିୟ ପ୍ରଶଂସକଗଣ, ମୁଁ ଆଜି ଆପଣଙ୍କ ସହ କିଛି ଖବର ବାଣ୍ଟୁଛି। ମୁଁ ବର୍ତ୍ତମାନ ପାକିସ୍ତାନ ପୁରୁଷ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଦଳର ଅଧିନାୟକ ହେବା ଏକ ଗୌରବର ବିଷୟ, କିନ୍ତୁ ବର୍ତ୍ତମାନ ସମୟ ଆସିଛି ଯେ ଏହି ପଦରୁ ଇସ୍ତଫା ଦେବା ଏବଂ ମୋର ଖେଳକୁ ଧ୍ୟାନ ଦେବା ପାଇଁ ସମୟ ଆସିଛି। ବର୍ଷେ ମଧ୍ୟରେ ଅଧିନାୟକତ୍ୱରୁ ବାବର ଆଜମଙ୍କର ଏହା ହେଉଛି ଦ୍ୱିତୀୟ ଇସ୍ତଫା। ଦିନିକିଆ ବିଶ୍ୱକପ ପରେ ବାବର ନଭେମ୍ବର ୧୫, ୨୦୨୩ରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ।

Leave a Reply

Your email address will not be published. Required fields are marked *