ପ୍ରଦୀପଙ୍କ ପରେ ମୁହଁ ଖୋଲିଲେ ବଦ୍ରି

ଭୁବନେଶ୍ୱର : ବର୍ତ୍ତମାନ ଜଣଙ୍କ ପରେ ଜଣେ ମୁହଁ ଖୋଲୁଛନ୍ତି ବିଜେଡି ନେତା। କାଲି ପ୍ରଦୀପ ମାଝୀଙ୍କ ପରେ ଆଜି ନିର୍ବାଚନରେ ଦଳର ପରାଜୟର କାରଣ କହିଛନ୍ତି ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର। ଦଳର ପରାଜୟ ଉପରେ ଖୋଲାଖୋଲି ଭାବରେ ନିଜ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ସମୟରେ ନ ବୁଲିବା କାରଣରୁ ବିଜେଡିର ଆଜି ପରାଜୟ ହୋଇଛି । ବିଜେଡିର ସବୁ ସ୍ଥାନରେ ଭୋଟବ୍ୟାଙ୍କ ଅଛି, କିନ୍ତୁ ନବୀନ ସେ ସବୁ ଜାଗାରେ ବୁଲିଲେନି। ନିର୍ବାଚନ ବେଳେ ନବୀନ ସମୟ ଦେଇ ନ ପାରିବାରୁ କିଛି ସ୍ଥାନରେ ବିଜେଡି ସଂଗଠନ କ୍ଷତିଗ୍ରସ୍ତ ହେଲା। କିନ୍ତୁ ସେ ଆଉଥରେ ବୁଲିଲେ ସଂଗଠନ ପୁନର୍ବାର ଫେରିଆସିବ ବୋଲି ଆଶା ଅଛି ବୋଲି କହିଛନ୍ତି ବଦ୍ରି ନାରାୟଣ ପାତ୍ର । ନିର୍ବାଚନ ଫଳାଫଳ ଆସିବା ଇତିମଧ୍ୟରେ ୩ ମାସ ବିତିଗଲାଣି। ୨୪ ବର୍ଷର ବିଜେଡି ସରକାରକୁ ହଟାଇ ବିଜେପି ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି। ଏବେ ବି ବିଜେଡି ପରାଜୟର କାରଣ ଖୋଜୁଛି। ନିର୍ବାଚନ ହାରିବା ପରେ ବିଜେଡିରେ ବର୍ତ୍ତମାନ ବିଦ୍ରୋହ ମୁଣ୍ଡ ଟେକୁଛି । ବିଜେଡି ନେତା ଖୋଲାଖୋଲି ଭାବରେ ଦଳର କିଛି ନେତାଙ୍କୁ ବିରୋଧ କରୁଥିବା ବେଳେ ଦଳର ଭିତିରି କଥା ପଦାକୁ ଆଣିଛନ୍ତି। ସଙ୍ଗଠନକୁ ସୁଦୃଢ କରିବା ଏବଂ ଦଳୀୟ ନେତାଙ୍କୁ ଏକ କରି ରଖିବା ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି।

Leave a Reply

Your email address will not be published. Required fields are marked *