Bcci କଲା ବଡ ଘୋଷଣା। ଆସନ୍ତା ୨୬ ତାରିଖରୁ ଅଗଷ୍ଟ ୧୧ ଯାଏ ପ୍ରାନ୍ସର ପ୍ୟାରିସ ଠାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱକ୍ରୀଡା ମହାକୁମ୍ଭ। ଏହାପୂର୍ବରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରୁଥିବା ଭାରତୀୟ କ୍ରୀଡ଼ାବୀତଙ୍କୁ ସହୟତା କରିବାକୁ ହାତ ବଢ଼ାଇଛି ବିସିସିଆଇ। ବିସିସିଆଇ ପକ୍ଷରୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ପାଇଁ ମୋଟ ୮.୫ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରାଯାଇଛି। ବିସିସିଆଇର ସମ୍ପାଦକ ଜୟ ଶାହ ଏହି ଆର୍ଥିକ ସହାୟତା ଘୋଷଣା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ଜାତୀୟ ସ୍ତରରେ ଦେଶ ପାଇଁ ଗୌରବ ଆଣିବା ଲକ୍ଷ୍ୟରେ ଭାରତୀୟ କ୍ରୀଡ଼ାବିତମାନେ ପ୍ୟାରିସ ଯାତ୍ରା କରୁଛନ୍ତି। ଏଥର ମୋଟ ୧୧୭ ଜଣ ଖେଳାଳି ବିଭିନ୍ନ ବର୍ଗରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।ସେମାନଙ୍କ ଆର୍ଥିକ ପରିସ୍ଥିତିରେ ସହାୟତା ଶାହ ସେମାନଙ୍କ ମନୋବଳ କୁ ଦୃଢ କରିବା ପାଇଁ ବିସିସିଆଇ ଏହି ଆର୍ଥିକ ସହାୟତା ଘୋଷଣା କରିଛି। ଏହାସହ ଜୟ ଶାହ ମଧ୍ୟ ଭାରତୀୟ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେମାନେ ଏହିବର୍ଷ ଭାରତକୁ ନିଶ୍ଚିତ ଅଲିମ୍ପିକ୍ସରେ ଗୌରବାନ୍ୱିତ କରିବେ ବୋଲି ମଧ୍ୟ ସେ ଆଶା ରଖିଛନ୍ତି।
ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସର ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ ମୋଟ ୪୭ ଜଣ ମହିଳା ଏବଂ ୭୦ ଜଣ ପୁରୁଷ ଭାଗ ନେବେ। ଦୌଡ଼ ଇଭେଣ୍ଟରେ ସର୍ବାଧିକ ମୋଟ ୨୯ ଜଣ କ୍ରୀଡ଼ାବିତ ରହିଥିବା ବେଳେ ଶୁଟିଂରେ ମଧ୍ୟ ୨୧ ଜଣ ଖେଳାଳି ପ୍ୟାରିସ ଯିବେ। ଭାରଉତ୍ତୋଳନରେ ଭାରତକୁ ପ୍ୟାରିସରେ କେବଳ ମୀରବାଈ ଚାନୁ ହିଁ ପ୍ରତିନିଧିତ୍ୱ କରିବେ। ୨୦୨୧ ମସିହାରେ ଅନୁଷ୍ଠିତ ହୋଇଥିବା ଟୋକିଓ ଗେମ୍ସରେ ସେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ। ଏହାବାଦ ଇକ୍ୱିଷ୍ଟ୍ରେନ, ଜୁଡୋ ଓ ରୋଇଂରେ ମଧ୍ୟ ଜଣେ ଲେଖାଏ ଭାରତୀୟ ରହିଛନ୍ତି। ପ୍ୟାରିସ ଅଲିମ୍ପିକ୍ସକୁ ୧୧୭ କ୍ରୀଡ଼ାବିଙ୍କ ସହ ୬୭ ଜଣ କୋଚ୍ ଓ ୭୨ ଜଣ ସପୋର୍ଟ ଷ୍ଟାଫ ମଧ୍ୟ ଯାଉଛନ୍ତି। ପ୍ରଥମଥର ପାଇଁ ଏତେ ସଂଖ୍ୟକ କୋଚ ଙ୍କ ସମେତ ସପୋର୍ଟ ଷ୍ଟାଫ ଅଲିମ୍ପିକ୍ସ ପାଇଁ ଯିବେ|