ଭୁବନେଶ୍ୱର : ଆପଣମାନେ ସୁନା କିଣୁଛନ୍ତି କି ? ଯଦି କିଣୁଛନ୍ତି ତେବେ ଅତି ସତର୍କତାର ସହିତ କିଣନ୍ତୁ । କାହିଁକି ନା କିଛି ଅସାଧୁ ବ୍ୟବସାୟୀ ଗ୍ରାହକ ମାନଙ୍କୁ ଠକିବାରେ ଲାଗିଛନ୍ତି । ଖୋର୍ଦ୍ଧା, କଟକ ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଠକେଇ ହୋଇଛି । ଗତ ୫ ମାସ ମଧ୍ୟରେ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ମୋଟ ୩ ହଜାର ୧୨୫ଟି ରେଡ୍ରୁ ପ୍ରାୟ ୧୧୬ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ଏବେ ନଜରକୁ ଆସିଛି । ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବା ସହିତ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ୍ ମଧ୍ୟ ଆଦାୟ କରାଯାଇଛି । ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ତଥ୍ୟ ରଖିଛନ୍ତି ।