ପ୍ଲାଣ୍ଟରେ ବଡ ବିସ୍ଫୋରଣ

ପୁଣି ଘଟିଲା ବଡ ଧରଣର ବିସ୍ଫୋରଣ । ଗୁରୁତର ହେଲେ କାର୍ଯ୍ୟରତ ଶ୍ରମିକ । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଏସ୍‌ଏମ୍‌ଏସ୍‌-୧ ୟୁନିଟ୍‌ରେ ଆଜି ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁ ପ୍ଲାଣ୍ଟରେ କାମ କରୁଥିବା ୫ ଶ୍ରମିକ ଗୁରୁତର ହୋଇଛନ୍ତି। ଏଥିସହ ଗୁରୁତର ହୋଇଥିବା ଶ୍ରମିକ ମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପ୍ଲାଣ୍ଟରେ କିପରି ଓ କାହିଁକି ଏତେ ବଡ ବିସ୍ଫୋରଣ ଘଟିଲା ସେ ନେଇ ଷ୍ଟିଲ୍‌ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *