ରାଜ୍ୟରେ ଦୁଇ ଶହ ଗୋଶାଳା କରିବେ ସରକାର। ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ଦେଇଛନ୍ତି ଆଜି ବଡ ସୂଚନା ଏହାସହିତ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ଅପିଲ୍ କରିଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଗୋମାତାଙ୍କ ସୁରକ୍ଷା ପାଇଁ ୨ ଶହ ଗୋଶାଳା ହେବ। ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି। ୯୦% ଋଣ ଛାଡ଼ ବ୍ୟବସ୍ଥା ରହିଛି। ଗୋଖାଦ୍ୟ ପାଇଁ ଦୈନିକ ୫୪ ଟଙ୍କା ମିଳିବ। ଏଥିସହ ଗୋଶାଳ କରିବାକୁ ସବୁ ବିଧୟିକାଙ୍କୁ ମନ୍ତ୍ରୀ ଅପିଲ କରିଛନ୍ତି |
ଅନ୍ୟପଟେ, ୨୦୨୫ ସୁଦ୍ଧା ସମସ୍ତ ରାଜସ୍ବ ଗ୍ରାମକୁ ବିଜୁଳି ପହଞ୍ଚାଇବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଗୃହରେ ବିଜେଡି ବିଧାୟକ ବଦ୍ରି ପାତ୍ର ପ୍ରଶ୍ନ କରିଥିଲେ ଯେ କେବେ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯିବ। ଯାହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ୨୪ ବର୍ଷ ବିଜେଡି ସରକାରରେ ଥିଲେ, ଆମେ ୩ ମାସ ହେବ ଆସିଛୁ। କାହିଁକି ଆଗରୁ ଜିଲାସ୍ତରୀୟ କମିଟି ନିୟମିତ ବସୁନଥିଲା। କିନ୍ତୁ ଆମେ ଆଶ୍ୱାସନା ଦେଉଛୁ ଏଣିକି ନିମୟିତ କମିଟି ବୈଠକ ବସିବ।