ବଦଳିଲା ବିଜୁ ବାବୁଙ୍କ ନାଁ

ଭୁବନେଶ୍ବର, ୨୦/୦୭: ବଦଳିଲା ସରକାର ବଦଳୁଛି ନାଁ। ରାଜ୍ୟରେ ଯେବେଠୁ ନୂଆ ସରକାର ଗଠନ ହୋଇଛି ପ୍ରତିଦିନ କିଛି ନା କିଛି ବଦଳି ହେଉଛି | କେତବେଳେ ରଙ୍ଗ ବଦଳୁଛି ତ କେତବେଳେ ପଦବୀ ବଦଳୁଛି | କିନ୍ତୁ ଆଜି ବଦଳିଛି ନାଁ | ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାଁ ବଦଳାଇଛନ୍ତି ରାଜ୍ୟ ସରକାର। ଏନେଇ କ୍ରୀଡ଼ା ଓ ଯୁବ ସେବା ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଜୁ କ୍ରୀଡ଼ା ସମ୍ମାନ ଏଣିକି ରାଜ୍ୟ କ୍ରୀଡ଼ା ସମ୍ମାନ ନାମରେ ପୁରସ୍କାର ପ୍ରଦାନ କରାଯିବ।

ପୂର୍ବରୁ ତାହା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଥିଲା କିନ୍ତୁ ବର୍ତମାନ ଏହା ରାଜ୍ୟ କ୍ରୀଡା ସମ୍ମାନ ନାମରେ ପରିଚିତ ହେବ | କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରୁଥିଲେ। ପ୍ରତିବର୍ଷ ଖେଳରେ ଭଲ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନୀତ କରୁଥିଲେ। ଏବେ ରାଜ୍ୟରେ ସରକାର ବଦଳିବା ପରେ ଏହି ସମ୍ମାନର ନାଁ ବଦଳାଇ ଦେଇଛନ୍ତି କ୍ଷମତାରେ ଥିବା ବିଜେପି ସରକାର।

Leave a Reply

Your email address will not be published. Required fields are marked *