Bjd ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

ଫୋକସ ପ୍ଲସ (ଡେରାବିଶ ବ୍ଲକ୍)୨୭/୦୭/୨୦୨୨:ବିଜୁ ଜନତା ଦଳ ର ପଚିଶ ବର୍ଷ ପୂର୍ତ୍ତି ଅବସର ରେ ଆଜି ଡେରାବିଶ ବ୍ଲକ ଛତା ପଲ୍ଲୀ ଟେକ୍ନିକ ପଡିଆ ରେ ପାଟକୁରା ନିର୍ବାଚନ ମଣ୍ଡଳୀ ସ୍ଥରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା. ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲl. ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ସୁଦୀପ୍ତ ସାମଲ, ରାଜ୍ୟ ବିଜେଡି ରାଜ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧକ୍ଷା ଗୀତାଞ୍ଜଳି ସେଠି, ଛାତ୍ର ବିଜେଡି ବ୍ଲକ ସଭାପତି ଜ୍ଞାନ କର, ବିଜେଡି ଡେରାବିଶ ବ୍ଲକ ସଭାପତି ଦେବାଶିଷ ଆଚାର୍ଯ୍ୟ , ପ୍ରମୁଖ ଯୋଗ ଦେଇ କଲେଜ ପଡିଆ ପରିସର ରେ ବୃକ୍ଷ ରୋପଣ କରି ସବୁଜ ବିପ୍ଳବ ର ବାର୍ତା ଦେଇଥିଲେ|
ଏହି ଅବସର ରେ ଏକ ସହ ଚାରା ରୋପଣ କରାଯାଇ ଥିଲା. କାର୍ଯ୍ୟକ୍ରମ ରେ ବିଜୁ ଛାତ୍ର ଜନତା ଦଳ ର ଅନେକ ସକ୍ରିୟ ସଭ୍ୟ ଯୋଗ ଦେଇଥିଲେ. ପଲ୍ଲୀ ଟେକ୍ନିକ ଇଞ୍ଜିନିଅରଇଙ୍ଗ କଲେଜ ର ପ୍ରିନ୍ସିପାଲ ମଧ୍ୟ୍ୟ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ.ଆଗାମୀ ଦିନରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଆହୁରି ଅନେକ ଜଣମଙ୍ଗଳ କାର୍ଯ୍ୟକ୍ରମ ପାଟକୁରା ରେ ଆୟୋଜିତ ହେବ ବୋଲି ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ କହିଥିଲେ |ତ

 

ଡେରାବିଶ ବ୍ଲକ୍ ରୁ ଜିବେନ୍ଦୁ ମଲ୍ଲିକ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *