ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା

ଭୁବନେଶ୍ୱର, ୩୧/୦୭: ଓଡିଶା ରାଜନୀତିରୁ ଆସିଲା ବଡ ଖବର | ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ | ବର୍ତମାନ ରାଜ୍ୟ ରାଜନୀତିରୁ ଏହା ଏକ ବଡ ଖବର ଆସିଛି | ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫାକୁ ନେଇ ରାଜନୀତିରେ ସୃଷ୍ଟି ହୋଇଛି ହଲଚଲ | ୨୦୨୦ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମମତା ମହାନ୍ତ |

ସେପଟେ ସୋସିଆଲ ମିଡ଼ିଆ “X” ଜରିଆରେ ମମତା ମହାନ୍ତ ସୂଚନା ଦେଇଛନ୍ତି ଯେ, ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଇସ୍ତଫା ପତ୍ର ପଠାଇ ଦେଇଛି । ମୋତେ ଜିଲ୍ଲା ପରିଷଦର ସଦସ୍ୟ ଓ ରାଜ୍ୟସଭାର ସଦସ୍ୟ ଭାବେ ସେ ମନୋନୀତ କରି ମୋର ଜିଲ୍ଲା ମୟୂରଭଞ୍ଜ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ଦେଇଥିଲେ ।

ମମତା ମହନ୍ତ ତାଙ୍କର ନୟା ଏକ ପୋଷ୍ଟରେ ଲେଖିଛନ୍ତି, “ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ। ମୁଁ ଯେହେତୁ ଲୋକଙ୍କ ନେତା। ତେଣୁ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ। ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲିନାହିଁ। ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଲି |”

ହେଲେ ଏଭଳି ପଦକ୍ଷେପ କାହିଁକି ନେଲେ ମମତା ? କାର୍ଯ୍ୟକାଳ ଶେଷହେବା ପୂର୍ବରୁ କାହିଁକି ନେଲେ ଇସ୍ତଫା ? ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ରହିବ ? ବିଜେଡି ଛାଡିବେ କି ମମତା ? ତେବେ ଏଭଳି କିଛି ପ୍ରଶ୍ନ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି |

Leave a Reply

Your email address will not be published. Required fields are marked *