କଂଗ୍ରେସରେ ମିଶିବ ବିଜେଡି

ଚଳିତ ଲୋକସଭା ନିର୍ବାଚନରେ ବିଜେପି କେନ୍ଦ୍ରରେ ସରକାର ଗଢ଼ିଥିଲେ ମଧ୍ୟ ଲୋକସଭାରେ ମ୍ୟାଜିକ ନମ୍ବର ଛୁଇଁପାରିନଥିଲ | NDA ର ସହଯୋଗୀ ଦଳ ମାନଙ୍କ ସାହାଯ୍ୟରେ ୨୪୨ଟି ଆସନ ଜିତିଥିବା ବିଜେପି ଲୋକସଭାରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଥାଇପାରେ, କିନ୍ତୁ ରାଜ୍ୟ ସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ନାହିଁ। ଏମିତିକି ଏନଡିଏ ସହିତ ବିଜେପି ସଂଖ୍ୟାଗରିଷ୍ଠତା ଠାରୁ ଏତେ ଦୂରରେ ଅଛି ଯେ ଆସନ୍ତା ଜୁଲାଇ ୨୨ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନରେ ବିଜେପିକୁ ନିଜ ପସନ୍ଦର ଗୋଟିଏ ବି ବିଲ ପାରିତ କରିପାରିବ ନାହିଁ| ଏଥିପାଇଁ ବିଜେପିକୁ ବହୁ ସଂଘର୍ଷ କରିବାକୁ ପଡିବ। ଏହାର ଏକମାତ୍ର କାରଣ ହେଉଛି ଚଳିତ ଲୋକସଭା ନିର୍ବାଚନ |

ଯେଉଁମାନେ ଅସୁବିଧା ସମୟରେ ରାଜ୍ୟସଭାରେ ବିଜେପିର ବନ୍ଧୁଥିଲେ ସେମାନେ ଏବେ ଶତ୍ରୁ ପାଲଟି ଯାଇଛନ୍ତି ।ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ଠାରୁ ଢେର ପଛରେ ଅଛି ବିଜେପି | ନିଜ ସହଯୋଗୀ ଦଳ ମାନଙ୍କର ରାଜ୍ୟସଭା ସଦସ୍ୟମାନଙ୍କୁ ଯଦି ଯୋଡା ଯାଏ ତା’ହେଲେ ଏନଡିଏର ରାଜ୍ୟ ସଭାରେ ଆହୁରି ୧୩ଟି ସିଟ ପଛରେ ରହିବ।ନବୀନ ପଟ୍ଟନାୟକ ଏବଂ ଜଗନ ମୋହନ ରେଡ୍ଡୀ ବିଜେପିର ପୁରୁଣା ବନ୍ଧୁ। ଦୁହେଁ ଏନଡିଏରେ ନ ଥିଲେ ମଧ୍ୟ ସେମାନେ ଅତି କମରେ ରାଜ୍ୟ ସଭାରେ ବିଜେପିର ବନ୍ଧୁ ଥିଲେ, କିନ୍ତୁ ୨୦୨୪ ଲୋକ ସଭା ନିର୍ବାଚନ ପରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ପରେ ପରିସ୍ଥିତି ସମ୍ପୂର୍ଣ ବଦଳି ଯାଇଛି।

ଓଡ଼ିଶାରେ ଏବଂ ଆନ୍ଧ୍ରପ୍ରଦେଶ ବିଜେପି ସରକାର ଗଡିଛି |ଏଥିସହିତ ନବୀନ ପଟ୍ଟନାୟକଙ୍କର ୯ ରାଜ୍ୟ ସଭା ଏମ୍‌ପି ଏବଂ ଜଗନ ମୋହନ ରେଡ୍ଡୀଙ୍କ ୧୧ ରାଜ୍ୟ ସଭା ଏମ୍‌ପି ମୋଟ ୨୦ ରାଜ୍ୟ ସଭା ଏମ୍‌ପି ଆଉ ବିଜେପି ସହ ନାହାଁନ୍ତି।ରାଜ୍ୟସଭାରେ ବିଜେପିର ଏହି ଦୁର୍ବଳତାର ଫାଇଦା ମଧ୍ୟ କଂଗ୍ରେସ ଉଠାଇପାରିବ ନାହିଁ | କାରଣ ବର୍ତ୍ତମାନ ରାଜ୍ୟ ସଭାରେ କଂଗ୍ରେସ ମାତ୍ର ୨୬ ଟି ଆସନ ପାଇଛି। ଯଦି ଇଣ୍ଡିଆ ବ୍ଲକର ସମସ୍ତ ସହଯୋଗୀଙ୍କ ଆସନ ଯୋଡାଯାଏ, ତେବେ ଏହି ସଂଖ୍ୟା ୯୦ଅତିକ୍ରମ କରିବାରେ ସକ୍ଷମ ନୁହେଁ କାରଣ ଏହା ବିଜେଡି ହେଉ କିମ୍ବା ଓ୍ବାଇଏସ୍‌ଆରସିପି, ଉଭୟ ବିଜେପି ବିରୋଧୀ ହୋଇପାରନ୍ତି ସତ କିନ୍ତୁ ସେମାନେ ଇଣ୍ଡିଆ ବ୍ଲକର ସହଯୋଗୀ ନୁହଁନ୍ତି। ପରାଜୟ ପରେ ଯଦି ବିଜେଡି ଇଣ୍ଡିଆ ବ୍ଲକରେ ସାମିଲ ତେବେ ଏହା ବିଜେପି ପାଇଁ ଘାତକ ସାଜିପାରେ |ଲୋକସଭାରେ ବିଜେଡି ଗୋଟିଏ ବି ଆସନ ନ ଜିତିବା ପରେ ଏବେ ପ୍ରତିଶୋଧ ପରାୟଣ ହୋଇପଡିଛି | ବିଜେଡି ସଭାପତି ରାଜ୍ୟସଭାରେ ବିଜେପି କୁ ବିରୋଧ କରିବା ପାଇଁ ସାଂସଦ ମାନଙ୍କୁ ଆହ୍ୱାନ କରିଛନ୍ତି |

Leave a Reply

Your email address will not be published. Required fields are marked *