ବର୍ବାଦ ହୋଇଗଲେ ବବି

ଯାଜପୁର: ସାରା ରାଜ୍ୟରେ ବର୍ତ୍ତମାନ ବିଜେଡିର ସ୍ଥିତି ଟଳମଳ। ଚଳିତ ନିର୍ବାଚନ ପରେ ବିଜେଡିରୁ ଲୋକମାନେ ମୁହଁ ଫେରାଇନେଉଥିବା ବେଳେ ଜନତାଙ୍କ ଭରଷା ହରାଉଛି ବିଜେଡି। ପୁରୁଖା ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଏବେ ଗୋଷ୍ଠୀ କନ୍ଦଳ ଆରମ୍ଭ ହେଇଗଲାଣି। ଏମିତି ସମୟ ଥିଲା ଯେଉଁଠି ଦଳୀୟ ସଂଗଠନରୁ ଆରମ୍ଭ କରି ସରକାର ସବୁଠି ଥିଲା ପ୍ରଣବଙ୍କ ଦବଦବା। ପାଣ୍ଡିଆନଙ୍କ ଖାସ ଲୋକ ତଥା ବିଜେଡିର ନଂ ୨ ପାୱାରଫୁଲ୍ ନେତା ବୋଲାଉଥିବା ବବିଙ୍କ କଥାରେ ଉଠବସ୍ ହେଉଥିଲେ ବିଜେଡି ର ଅନେକ ଛାମୁଆ ନେତା। ପାୱାର ରେ ଥିଲାବେଳେ ବବି ନିଜ ଜିଲ୍ଲା ଯାଜପୁରକୁ ବିଜେଡିର ଅଭେଦ୍ୟ ଗଡ଼ କରିଦେଇଥିଲେ। ଆଉ ତାଙ୍କ କଥାରେ ହିଁ ଯାଜପୁରରେ ବର୍ଷିଥିଲା ରାଜ୍ୟସଭା ସାଂସଦ ପାଣ୍ଠି। ମୋଟ ୪ ବର୍ଷରେ ଏଇ ଗୋଟିଏ ଜିଲ୍ଲାକୁ ପ୍ରାୟ ୧୫ କୋଟି ଟଙ୍କାର ପାଣ୍ଠି ଅଜାଡ଼ି ଦେଇଥିଲେ ୧୧ ସାଂସଦ। କିନ୍ତୁ ସବୁକିଛି ଓଲଟପାଲଟ ହୋଇଗଲା ୨୦୨୪ ନିର୍ବାଚନ। ଭୁଲ ହୋଇଗଲା ଗଲା ବବିଙ୍କ ରାଜନୀତିର ସବୁ ଅଙ୍କ। ଦଳର ସର୍ବେସର୍ବା ଏବଂ ଆଗାମୀ ମୁଖ୍ୟମନ୍ତ୍ରୀ ହେବାର ଦିବା ସ୍ୱପ୍ନକୁ ଭାଙ୍ଗିଦେଲେ ଜନତା।

୨୪ ବର୍ଷ ଶାସନରେ ବ୍ରେକ ଲଗାଇଦେଲା ବିଜେପି । ରାଜ୍ୟରେ ଦଳ ଶାସକ ଦଳରୁ ବିରୋଧୀ ଦଳକୁ ଚାଲିଗଲା। ଆଉ ଭୁଶୁଡ଼ିଗଲା ଯାଜପୁର ସମେତ ସାରା ଓଡ଼ିଶାରେ ବିଜେଡି ଦୁର୍ଗ । ଚଳିତ ନିର୍ବାଚନରେ ବବି ଅମାନତ ହରାଇବାପରେ ଏବଂ ବବିଙ୍କର ଦୁର୍ନୀତିର ପେଡି ଖୋଲିବା ପରେ ଏବେ ବବି ପୁରା ପାୱାରଲେସ। ନବୀନ ଗଠନ କରିଥିବା ନୂଆ ଟିମ ରେ ବି ନାହିଁ ବବିଙ୍କ ସ୍ଥାନ। ଦଳ ଛାଡୁଥିବା ନେତାଙ୍କୁ ଅଟକାଇବାକୁ ଚାଲିଛି କସରତ କିନ୍ତୁ ଫେଲ ମାରୁଛନ୍ତି ବବି। ଖୋଦ୍ ବବି ଦାସଙ୍କ ଯାଜପୁର ଜିଲ୍ଲାରେ ବିଜେଡି ସ୍ଥିତି ଟଳମଳ। ଧର୍ମଶାଳାରେ ବିଜେପି ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ବରେ ବିଜେଡି ର ଶତାଧିକ କର୍ମୀ ଶଙ୍ଖ ଛାଡ଼ି ପଦ୍ମ ଧରିଲେଣି। ଏହାସହିତ ଯାଜପୁରରେ ଗୌତମ ରାୟ, ବରିରେ ଉମେଶ ଜେନା ବିଜେପି ଶିବିରରେ ଯୋଗଦେବା ପରେ ଏବେ ବବିଙ୍କୁ ଲାଗିଛି ବଡ଼ ଝଟକା । ବିଧାୟକ ପଦ ଯିବା ପରେ ବ୍ଲକକୁ ନିଜ ଆୟତ୍ତରେ ରଖିବାକୁ ବବି କୁଆଡେ କସରତ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ସମିତି ସଭ୍ୟ, ସରପଞ୍ଚ, ଦଳୀୟ ନେତା ଓ କର୍ମୀଙ୍କୁ ଡାକି ବୁଝାଇବା ସହିତ ଘନ ଘନ ବୈଠକ ଡାକୁଛନ୍ତି ବବି। ଆଉ ଏବେ ନିଜର ସଂଗଠନକୁ ଧରି ରଖିବାକୁ ବି ଅଣ ନିଶ୍ବାସୀ ହୋଇଗଲେଣି ବବି ଦାସ ।

Leave a Reply

Your email address will not be published. Required fields are marked *