BSF ପକ୍ଷରୁ ବିଭିନ୍ନ କୌଶଳ ପ୍ରଦର୍ଶନ

ଫୋକସ ପ୍ଲସ(ମାଲକାନଗିରି)୩/୦୯/୨୦୨୨: ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ BSF ମାନଙ୍କ ପକ୍ଷରୁ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ କିଛି ତାଲିମ ପ୍ରାପ୍ତ କୁକୁର କିପରି ଯବାନ ମାନଙ୍କୁ ସାହାଯ୍ୟ କରୁଛନ୍ତି ସେ ସମ୍ବନ୍ଧରେ ବିଭିନ କୌଶଳ ମାଧ୍ୟମ ରେ ଦେଖା ଯାଇଥିଲା । ଏହି ତାଲିମ ପ୍ରାପ୍ତ କୁକୁର ମାନଙ୍କ ଦ୍ଵାରା ପ୍ରଥମେ ମୁଖ୍ୟ ଅତିଥିଙ୍କୁ ଫୁଲତୋଡା ଦେଇ ସ୍ୱାଗତ ଜଣେଇବା ପରେ ଲୁଚା ହୋଇଥିବା ବୋମା ଖୋଜିବା , ଜଣେ ବ୍ୟକ୍ତିର ବ୍ୟବହାର ସାମଗ୍ରୀ ଦ୍ୱାରା ସେହି ବ୍ୟକ୍ତି ଙ୍କୁ ଖୋଜି ପାଇବା ଭଳି କାର୍ଯ୍ୟକ୍ରମ କରାଯାଇଥିଲା । ଏଥିସହ BSF ମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ତେବେ ଦେଶ ଗଢିବାରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ହେତୁ ସେହି ଶିକ୍ଷକ ଓ ଆଗାମୀ ଭବିଷ୍ୟତର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କ ପ୍ରତି ଦେଶ ପ୍ରେମ ବଢିବ ବୋଲି BSF ଡିଆଇଜି ଏସ କେ ସ୍ନିହା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଏସ ପି ନୀତିଶ ୱାଧନୀ , କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷ ଇକରାର ଅହମଦ ସହ ଅନ୍ୟ ପୋଲିସ ଅଧିକାରୀ ଓ ସ୍କୁଲ ଶିକ୍ଷକ ଓ 400 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ମାଲକାନଗିରିରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *