ମନ୍ଦିରରେ ଭୋଗ ହେଉଛି ପଶୁ ଚର୍ବି !

ନୂଆଦିଲ୍ଲୀ, ୧୯/୦୯: ତିରୁପତି ମନ୍ଦିରକୁ ନେଇ ଆସିଲା ଆଶ୍ଚର୍ଯ୍ୟକର ଖବର l ତିରୁପତି ମନ୍ଦିରରେ ପ୍ରସାଦ ଭାବରେ ମିଳୁଥିବା ଲଡୁରେ ମିଶୁଥିଲା ପଶୁ ଚର୍ବି । ଏହା ସହ ନିମ୍ନମାନର ସାମଗ୍ରୀରେ ପ୍ରସ୍ତୁତ ହେଉଥିଲା ଲଡୁ। ମନ୍ଦିର ଉପରେ ଆସ୍ଥା ରଖିଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ପ୍ରତି ଏହା ବିଶ୍ବାସଘାତ । ଏପରି ସାଂଘାତିକ ଓ ଆଶ୍ଚର୍ଯ୍ୟଜନକ ଅଭିଯୋଗ ଆଣିଛନ୍ତି ଖୋଦ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ । ଯାହା ଏବେ ସମଗ୍ର ଦେଶରେ ଏକ ବଡ ବିବାଦକୁ ଟାଣି ଆଣିଛି l

ବୁଧବାର ଦିନ ପୂର୍ବତନ କଂଗ୍ରେସ ସରକାରଙ୍କ କାର୍ଯ୍ୟାଳୟ ସମୟରେ ପ୍ରସିଦ୍ଧ ତିରୁପତି ମନ୍ଦିରରେ ଲଡୁ ତିଆରିରେ ଖରାପ ଜିନିଷ ଓ ଓ଼ଶୁମାନଙ୍କ ଚର୍ବି ବ୍ୟବହାର ହେଉଥିବାର ଅଭିଯୋଗ ଆଣିଥିଲେ l ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି ଯେ, ଏହା ଜାଣି ଆଶ୍ଚର୍ଯ୍ୟ ଲାଗିଲା ଯେ, ଜଗନ ପ୍ରଶାସନ ତିରୁପତି ପ୍ରସାଦରେ ଘିଅ ବଦଳରେ ପଶୁମାନଙ୍କ ଚର୍ବି ବ୍ୟବହାର କରିଲା। ସେମାନଙ୍କୁ ଲଜ୍ୟା ଲାଗିବା ଆବଶ୍ୟକ ଯିଏ କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି।

ଏନଡିଏ ଦଳ ବୈଠକରେ ଚନ୍ଦ୍ରବାବୁ ନାଇଡ଼ୁ କହିଛନ୍ତି, ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଲଡୁ ପ୍ରସାଦ ରୂପେ ଲଗା ଯାଇଥାଏ । ଗତ ସରକାର ଅମଳରେ ଏହି ଲଡୁକୁ ଘିଅ ବଦଳରେ ପଶୁ ଚର୍ବିରେ ତିଆରି କରାଯାଉଥିଲା । ଏହି ମନ୍ଦିରର ପରିଚାଳନା ଭାର ତିରୁମାଳା ତିରୁପତି ଦେବସ୍ଥାନମ ଉପରେ ନ୍ୟସ୍ତ । ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି, ଏବେ କିନ୍ତୁ ତିରୁପତି ଲଡୁ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି । ଫଳରେ ଏହାର ମାନରେ ପରିବର୍ତ୍ତନ ହୋଇଛି । ସେପଟେ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ତାଙ୍କ ପୁଅ ଏବଂ ଆଇଟି ମନ୍ତ୍ରୀ ନାରା ଲୋକେଶ ମଧ୍ୟ ପୂର୍ବତନ ଜଗନ ମୋହନ ରେଡ୍ଡୀଙ୍କ ସରକାର ଉପରେ ବର୍ଷିଛନ୍ତି । ତିରୁପତି ମନ୍ଦିର ଲଡୁ ପଶୁ ଚର୍ବିରେ ତିଆରି ହେଉଛି ଜାଣିବା ପରେ ମୁଁ ମର୍ମାହତ ହୋଇଥିଲି ବୋଲି ନାରା ଲୋକେଶ କହିଛନ୍ତି ।

Leave a Reply

Your email address will not be published. Required fields are marked *