କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ

କୋଇଲା ଖଣିରେ ଘଟିଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ ପାଖାପାଖି ୫୧ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଇରାନର ଦକ୍ଷିଣ ଖୋରସାନାରେ ଏହି ବିସ୍ଫୋରଣ ଘଟିଛି । ସୂଚନା ଅନୁଯାୟୀ , ମଦଞ୍ଜୋ କମ୍ପାନୀ ଦ୍ୱାରା ପରିଚାଳିତ ଖଣିର ଦୁଇଟି ବ୍ଲକ୍ ବି ଏବଂ ସିରେ ଏହି ବିସ୍ଫୋରଣ ଘଟିଛି। ମିଥେନ ଗ୍ୟାସ୍ କାରଣରୁ ଏହି ବିସ୍ଫୋରଣ ଘଟିଥିବା ଏବେ ଜଣାପଡିଛି । ଦକ୍ଷିଣ ଖୋରସାନାର ରାଜ୍ୟପାଳ ଅଲି ଆକବର ରହିମ ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ଶେଷ ହୋଇଛି। ବ୍ଲକ୍ ବି ରେ ଥିବା ୪୭ ଜଣ ଶ୍ରମିକଙ୍କ ମଧ୍ୟରୁ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ସେହିପରି ଅନ୍ୟ ବ୍ଲକରେ ଏବେ ଉଦ୍ଧାର ପ୍ରକ୍ରିୟା ଚାଲିଛି। ତେବେ କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା, ତା’ର ତଦନ୍ତ ଚାଲିଛି ବୋଲି ରାଜ୍ୟପାଳ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *