କମୁଛି ରେଟ୍ ବଢୁଛି ଚାହିଦା

ଭୁବନେଶ୍ୱର, ୨୬/୦୭: କମୁଛି ରେଟ ବଢୁଛି ଚାହିଦା | ଚଳିତ ବର୍ଷ କେନ୍ଦ୍ର ବଜେଟରେ ସୁନା ଓ ରୁପା ଉପରେ କଷ୍ଟମ ଡ୍ୟୁଟି ହ୍ରାସ ହୋଇଛି | ଯାହା ଫଳରେ ଗହଣାର ମୂଲ୍ୟ ତୀବ୍ର ରୂପରେ ହ୍ରାସ ପାଇବାରେ ଲାଗିଛି | ଏଣିକି ସୁନା ଦୋକାନରେ ଗ୍ରାହକମାନଙ୍କ ଭିଡ ଉପରେ ଭିଡ ଜମିବାରେ ଲାଗିଛି | ଗତକାଲି ସୁନା ଦୋକାନରେ ଦେଖିବାକୁ ମିଳିଛିଅ ନାହିଁ କି ନାହିଁ ଭିଡ | ଗୁରୁବାର, ଜୁଲାଇ ୨୫ ତାରିଖରେ ବଜାରରେ ସୁନା ମୂଲ୍ୟରେ ୧୦୦୦ ଟଙ୍କାର ହ୍ରାସ ଘଟିଥିବା ବେଳେ ଏହା ୧୦ ଗ୍ରାମ ପିଛା ୭୦,୬୫୦ ଟଙ୍କାକୁ ହ୍ରାସ ପାଇଛି | ରୁପା ମୂଲ୍ୟରେ ମଧ୍ୟ ହ୍ରାସ ଘଟି କିଲୋଗ୍ରାମ ପିଛା ୩୫୦୦ ଟଙ୍କା ହ୍ରାସ ପାଇଁ ୮୪,୦୦୦ ଟଙ୍କାରେ ପହଞ୍ଚିଛି |

ଚଳିତ ବର୍ଷ ବଜେଟ ଉପସ୍ଥାପନା କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା ଓ ରୁପା ଉପରେ ସୀମା ଶୁକ୍ଳ ହ୍ରାସ କରିବାକୁ ଘୋଷଣା କରିଥିଲେ | ଏବଂ ଠିକ ତିନି ପରେ ୧୦ ଗ୍ରାମ ସୁନା ମୂଲ୍ୟରେ ୫୦୦୦ ଟଙ୍କାର ହ୍ରାସ ଘଟିଛି | ଜୁଲାଇ ୨୨ ଅର୍ଥାତ ସୋମବାର ସୁନା ଦର ୬.୬୦ ପ୍ରତିଶତ ହ୍ରାସ ଘଟିଛି | ସେହିପରି ରୁପା ବିଷୟରେ କହିବାକୁ ଗଲେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୯୧,୦୦୦ ଟଙ୍କାରୁ ହ୍ରାସ ପାଇଁ ୮୪,୦୦୦ ଟଙ୍କାରେ ପହଞ୍ଚିଛି |

Leave a Reply

Your email address will not be published. Required fields are marked *