CJIଙ୍କ ନାଁରେ ସାଇବର ଠକେଇ

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ଦିନକୁ ଦିନ ସାଇକର ଠକେଇ ବଢ଼ିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ କେସ ସାଇବର ସେଲ୍‌ରେ ରେଜିଷ୍ଟ୍ରର ହେଉଛି । ଠକେଇ କରିବାର ନୂଆ ନୂଆ ତରିକା ପ୍ରତ୍ୟେକ ଦିନ ମଧ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ଠକେଇର ଏଭଳି ଏକ ମାମଲା ସାମ୍ନାକୁ ଆସୁଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶେଷରେ ଠକ ମାନେ CJIଙ୍କ ନାଁ ନେଇ ଠକିବାକୁ ଚେଷ୍ଟା କରିଛନ୍ତି। ‘ହେଲୋ, ମୁଁ CJI କହୁଛି, କଲିଜିୟମ୍‌ରେ ମୋର ଗୋଟେ ଜରୁରୀ ବୈଠକ ଅଛି, ମୁଁ ବର୍ତ୍ତମାନ କନ୍ନଟ ପ୍ଲେସ୍‌ରେ ଫସି ଯାଇଛି । ମୋର ଜରୁରୀ ଅଛି ମୋତେ ଏବେ କାର୍‌ ଭଡ଼ା ପାଇଁ ୫୦୦ ଟଙ୍କା ପଠାଇ ପାରିବ ? କୋର୍ଟରେ ପହଞ୍ଚିବା ପରେ ତୁମକୁ ଟଙ୍କା ଶୀଘ୍ର ଫେରାଇ ଦେବି।’ ଏପରି ଏକ ମେସେଜ ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଲା।

ଏହି ମେସେଜ କୁ ଦେଖି ବ୍ୟକ୍ତି ଜଣଙ୍କ ହଠାତ୍‌ ନିଜକୁ ବିଶ୍ୱାସ କରିପାରିଲେନି। ଏହାପରେ ଏହି ମେସେଜର ଖୋଳତାଡ଼ ପରେ ଏହା ସାଇବର ଠକଙ୍କ କାରସାଦି ବୋଲି ଜଣା ପଡିଥିଲା । ଯାହା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲିଟିଛି । ତେବେ ମେସେଜ ଆସିଥିବା ନମ୍ବରରେ ମଧ୍ୟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦଚୂଡ଼ଙ୍କ ଫଟୋ ଲାଗିଥିଲା। ତେବେ ସମ୍ପୂର୍ଣ ଘଟଣା ସମ୍ପର୍କରେ ସୂଚନା ଦେଇ ଜଣେ ୟୁଜର୍ସ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହାକୁ ପୋଷ୍ଟ କରିଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦଚୂଡ଼ଙ୍କ ନାଁ ରେ ଏପରି ମାମଲା ସାମ୍ନାକୁ ଆସିବା ପରେ ସୁପ୍ରିମ କୋର୍ଟ ପକ୍ଷରୁ ସାଇବର ସେଲ୍‌ରେ ଏ ନେଇ ଅଭିଯୋଗ ହୋଇଛି। ତେବେ ଏହି ମାମଲାର ବର୍ତ୍ତମାନ ଯାଞ୍ଚ ଚାଲିଥିବା ବେଳେ ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସାଇବର ସେଲ୍‌ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *