ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା

ଘୋଷଣା ହେଲା ଚଳିତ ବର୍ଷର ନୋବେଲ ପୁରସ୍କାର। ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ମିଳିତ ଭାବେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ପୁରସ୍କାର। ଡାଭିଡ ବାକେର, ଡେମିସ ହାସାବିସ ଓ ଜନ ଜମ୍ପରଙ୍କୁ ନୋବେଲ ପୁରସ୍କାର ମିଳିବ। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ଏହି ୩ ଜଣଙ୍କୁ ନୋବେଲ ଦିଆଯିବା ନେଇ ଘୋଷଣା ହୋଇଛି । କିନ୍ତୁ ପୁରସ୍କାର ବାବଦରେ ମିଳିବାକୁ ଥିବା ଅଧା ଅର୍ଥ ଏକାକୀ ଡାଭିଡ ବାକେର ନେବେ। ବାକି ଅଧା ପୁରସ୍କାର ରାଶି ଡେମିସ ଓ ଜନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟା ଯିବ। ଡାଭିଡ କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନର ଆବିଷ୍କାର କରିଥିଲେ। ଜନ ଓ ଡେମିସ ଫର ପ୍ରୋଟିନ ଷ୍ଟ୍ରକଚରାଲ ପ୍ରେଡିକସନ କରିଥିବାରୁ ସେମାନଙ୍କୁ ମଧ୍ୟ ନୋବେଲ ପାଇଁ ଚୟନ କରାଯାଇଛି। ୨୦୨୩ରେ ମଧ୍ୟ ୩ ଜଣଙ୍କୁ ରସାୟନ ବିଜ୍ଞାନରେ ନୋବେଲ ମିଳିଥିଲା। ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଏଲ. ଏକିମୋଭଙ୍କୁ ନୋବେଲ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *