ଶିକାରୀର 11 KV ବିଦ୍ୟୁତ ତାରରେ ଦନ୍ତାହାତୀ ମୃତ

ଫୋକସ ପ୍ଲସ (ହିନ୍ଦୋଳ) ୦୬/୦୭/୨୦୨୨: ମଣିଷ ଯେ ଏତେ ସ୍ବାର୍ଥୀ ତାହା ଅନୁଭବ କରୁଛନ୍ତି ନିରୀହ ପଶୁ | ମଣିଷ ହାତରେ ଚାଲି ଯାଉଛି ଅନେକ ବନ୍ୟ ପ୍ରାଣୀମାନଙ୍କ ଜୀବନ |ସତରେ କଣ ନିଜର ଭାବନାକୁ ପ୍ରକାଶ କରି ପାରୁନଥିବା ଏହି ନିରୀହ ପଶୁ ମାନଙ୍କର ଏହି ଦୁନିଆରେ ନିର୍ଭୟରେ ବଞ୍ଚିବାର ଅଧିକାର ନାହିଁ | ଏହି ଦୁନିଆରେ ପ୍ରତ୍ୟକ ଟି ଜୀବନ ର ମୂଲ୍ୟ ଅନେକ |ସେ ମଣିଷ ହେଉ କି କୀଟ ପତଙ୍ଗ କିମ୍ବା ଜଙ୍ଗଲରେ ମୁକ୍ତରେ ବାସ କରୁଥିବା ବନ୍ୟପ୍ରାଣୀ ହେଉ | ତେବେ ମଣିଷ କାହିଁକି ଏହି ନିରୀହ ପଶୁ ମାନଙ୍କ ଠାରୁ ତାଙ୍କ ବଞ୍ଚିବାର ଅଧିକାର ଛଡାଇନେଉଛି | କାହିଁକି ଏହି ନିରୀହ ପଶୁ ମାନଙ୍କୁ ନିଜ ସ୍ୱାର୍ଥ ପାଇଁ ଅତି ନୃସହଂସ ଭାବେ ହତ୍ୟା କରି ଚାଲିଛି | ଏମିତି ଲାଗୁଛି ମଣିଷ ହିଁ ସର୍ବେସର୍ବା ହୋଇ ଏହି ଦୁନିଆରେ ବଞ୍ଚି ରହିବାର ପ୍ରୟାସ କରୁଛି | ଆଜି ପୁଣି ବଳି ପଡିଛି ଗୋଟେ ନିରୀହ ପଶୁର ଜୀବନ |ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଅସରଡା ଗ୍ରାମ ସ୍ମସାନ ନିକଟରେ ଶିକାରୀ ବିଛାଇଥିବା 11 KV ବିଦ୍ୟୁତ ତାରରେ ପଡି ଦନ୍ତାହାତୀ ର ମୃତ୍ୟୁ ହୋଇଛି | ତେବେ ଏହି ପଶୁ ମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ କେବେ ସଚେତନ ହେବ ତାହାହିଁ ଦେଖିବାକୁ ବାକି ରହିଲା |

ହିନ୍ଦୋଳରୁ ଧବଳ ପ୍ରସାଦ ସାହୁ, ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *