ନିଯୁକ୍ତି ହେଲେ ଜାମ୍ମୁ କାଶ୍ମୀର ର ଡିଜିପି

 ଜାମ୍ମୁ କାଶ୍ମୀର ନିଯୁକ୍ତି ହେଲେ ନୂଆ ପୋଲିସ ଡିଜି। ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ୱାଇଁ ହୋଇଛନ୍ତି ଜାମ୍ମୁ କାଶ୍ମୀର  ପରବର୍ତ୍ତୀ ଡିଜିପି। ତାଙ୍କୁ ନିଯୁକ୍ତି ନେଇ ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ରଶ୍ମୀ ରଞ୍ଜନ ସ୍ୱାଇଁ ହେଉଛନ୍ତି AGMUT କ୍ୟାଡରର ୧୯୯୧ ବ୍ୟାଚ୍‌ର ଓଡ଼ିଆ ଆଇପିଏସ୍ ଅଫିସର। ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସେ ଜମ୍ମୁ କଶ୍ମୀର ପୋଲିସ ଡିଜି ଭାବେ କାର୍ଯ୍ୟ କରିବା ନେଇ ସୂଚନା ଦେଇଛି ଗୃହ ମନ୍ତ୍ରାଳୟ। ବର୍ତ୍ତମାନ ସେ  ଜାମ୍ମୁ କାଶ୍ମୀର ର ଭାରପ୍ରାପ୍ତ ଡିଜିପି ଭାବେ କାର୍ଯ୍ୟରତ ଅଛନ୍ତି। ରଶ୍ମୀ ରଞ୍ଜନ ଜଣେ ଦକ୍ଷ ପୁଲିସ୍‌ ଅଧିକାରୀ ଭାବେ ଚାରିଆଡେ ବେଶ୍‌ ପରିଚିତ। ଜାମ୍ମୁ କାଶ୍ମୀର ବିଭିନ୍ନ ସ୍ଥାନରେ ଚାଲିଥିବା ଆତଙ୍କବାଦୀ ହମଲାର ସେ ବେଶ୍‌ ସଫଳତା ଏବଂ ସାହାସିକତା ର ସହ ସାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *