ଡାଇବେଟିସ ରୋଗୀ ଖାଇପାରିବେ ମିଠା

health news : ବିବାହ ସିଜିନରେ ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ । ମିଠା ବିନା ଛୋଟ ବଡ ସବୁ ସେଲିବ୍ରେସନ ଫିକା । କିନ୍ତୁ ବିବାହ ଭୋଜିରେ ମିଠା ଖାଇବାକୁ ନେଇ ଦ୍ବନ୍ଦରେ ରହିଥାନ୍ତି ଡାଇବେଟିସ ରୋଗୀ । ଆଖି ସାମନାରେ ମନ ପସନ୍ଦର ମିଠା ଦେଖି ବି ବ୍ଲଡ ସୁଗର ବୃଦ୍ଧି ଡରରେ ମିଠାଠୁ ଦୂରେଇ ରୁହନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ ସତରେ କଣ ଡାଇବେଟିସ ରୋଗୀ ବିଲକୁଲ ମିଠା ଖାଇ ପାରିବେ ନାହିଁ । ଯଦି ଖାଇବେ ତାହା କେମିତି ଖାଇବେ । ଯେଉଁଥିପାଇଁ ସେମାନଙ୍କ ବ୍ଲଡ ସୁଗାର ନ ବଢି ପୂର୍ବଭଳି ରହିବ ।

ଡାକ୍ତରଙ୍କ କହିବାନୁସାରେ ଡାଇବେଟିସ ରୋଗୀ ବେଳେବେଳେ ମିଠା ଖାଇ ପାରିବେ । ଯେଉଁ ରୋଗୀଙ୍କ ବ୍ଲଡ ସୁଗାର ନିୟନ୍ତ୍ରଣରେ ଥିବ ସେମାନେ କେବଳ ଏଭଳି କରିପାରିବେ । ଯେଉଁମାନଙ୍କ ବ୍ଲଡ ସୁଗାର ଉଚ୍ଚସ୍ତରରେ ଅଛି ସେମାନେ ଆଦୌ ଖାଇବା ଉଚିତ ନୁହେଁ । ବରଂ ସାବଧାନତା ଅବଲମ୍ବନ କରି ସେମାନେ ମିଠା ଖାଇପାରିବେ । ଏଥିପାଇଁ ମିଠା ଖାଇବା ପୂର୍ବରୁ ଫାଇବର ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଉଚିତ । ସେହିପରି ଖାଦ୍ୟରେ ଫ୍ୟାଟ୍‌ ଓ କାବର୍ସକୁ ସାମିଲ କରିବା ଉଚିତ୍‌ । ଏହାପରେ ଡାଇବେଟିସ ରୋଗୀ ମିଠା ଖାଇବା ଉଚିତ । ଏହି କଥାକୁ ଧ୍ୟାନ ରଖିଲେ ବ୍ଲଡ ସୁଗର ଦ୍ରୁତ ଗତିରେ ବଢିବ ନାହିଁ ।

ଜାଣନ୍ତୁ କେମିତି ଖାଇବେ ମିଠା :-

୧. ଖାଲି ପେଟରେ ଡାଇବେଟିସ ରୋଗୀ ମିଠା ଖାଇବା ଅନୁଚିତ । ଏମିତି କଲେ ବ୍ଲଡ ସୁଗାର ହଠାତ ବଢିଯିବାର ବିପଦ ଦେଖାଦିଏ । ଏଣୁ ରୋଗୀଙ୍କୁ ସକାଳ ଜଳଖିଆ ବା ମଧ୍ୟାହ୍ନ ଭୋଜନ ପରେ ମିଠା ଖାଇବା ଉଚିତ ।

୨. ରାତି ସମୟରେ ଡାଇବେଟିସ ରୋଗୀ ମିଠା ଖାଇବା ଉଚିତ ନୁହେଁ । ରାତିରେ ମିଠା ଖାଇଲେ ନିଦରେ ସମସ୍ୟା ଦେଖାଦିଏ । ଏହା ସହ ରାତିରେ ବାରମ୍ବାର ପରିସ୍ରା ବି ଲାଗିଥାଏ । ସେହିପରି ସକାଳୁ ଉଠିବା ପରେ ବାନ୍ତି ସମସ୍ୟା ବି ଦେଖାଦିଏ ।

୩. ଡାଇବେଟିସ ରୋଗୀ କେବେ କେମିତି ଶୁଖିଲା ମିଠା ଖାଇପାରିବେ । କୋଲ୍ଡ ଡ୍ରିଙ୍କସ ଓ ମିଠା ଜୁସ ଠୁ ଦୂରେଇ ରହିବା ଉଚିତ । ତରଳ ମିଠା ଖୁବ ଶୀଘ୍ର ବ୍ଲଡ ସୁଗାର ବଢାଇ ଦେଇଥାଏ ।

ଏଠାରେ ଆମେ କହିରଖୁଛୁ ଟାଇପ ୧ ଡାଇବେଟିସ ଓ ଇନସୁଲିନ ନେଉଥିବା ରୋଗୀ ବିଲକୁଲ ବି ମିଠା ଖାଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *