ଅପରାଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ଦିଦି

କୋଲକାତା : ଆର ଜି କର ମେଡ଼ିକାଲ ଓ କଲେଜର ଅଧ୍ୟକ୍ଷ ସନ୍ଦୀପଙ୍କୁ ନେଇ ସାରାଦେଶରେ ଏବେ ଥମୁନି ବିବାଦ । ଲେଡି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୂରା ପଶ୍ଚିମବଙ୍ଗ ଜଳୁଥିବା ବେଳେ ଏବେ ଟଳମଳ ଦିଦିଙ୍କ ଆସନ। ଟିଏମସି ସରକାର ବିରୋଧରେ ଦିନକୁ ଦିନ ତୀବ୍ରତର ହେଉଛି ଛାତ୍ର ସଂଗଠନର ଆନ୍ଦୋଳନ । ଅଭିଯୁକ୍ତ ମାନଙ୍କୁ ଟିଏମସି ସରକାର ସୁରକ୍ଷା ଦେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ସେପଟେ ଆର ଜି କର ମେଡ଼ିକାଲ କଲେଜର ଅଧ୍ୟକ୍ଷ ସନ୍ଦୀପଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁଷ୍କର୍ମ ମାମଲାରେ କଲେଜ ପ୍ରିନ୍ସପାଲଙ୍କ ଯେଉଁପରି ଭାବରେ ସଂପୃକ୍ତି ଥିବା ଅଭିଯୋଗ ଆସୁଛି ତାଙ୍କୁ ମୁଖ୍ୟମନ୍ତ୍ରୀ ଜନ୍ମଦିନର ଶୁଭେଚ୍ଛା ଜଣାଇବା ଏବେ ମମତାଙ୍କୁ ଭାରି ପଡିଛି। ମମତାଙ୍କ ସହିତ ଅଧ୍ୟକ୍ଷଙ୍କର କେଉଁ ପ୍ରକାର ସମ୍ପର୍କ ରହିଛି ? ମମତାଙ୍କ ସହିତ ଅଧ୍ୟକ୍ଷଙ୍କର କିଛି ଭିତିରିଆ ସମ୍ପର୍କ ନାହିଁ ତ ?

ଦିଦିଙ୍କ ଛତ୍ରଛାୟାରେ ରହି ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରୁଥିଲେ ସନ୍ଦୀପ। ମେଡିକାଲ କଲେଜରେ ଶବ ତସ୍କରୀ ଠାରୁ ଆରମ୍ଭ କରି ସରକାରୀ ମେଡ଼ିସିନ ଚୋରା ଚାଲାଣ ଏବଂ ବିଭିନ୍ନ ସେକ୍ସ ରାକେଟ ଚଲାଉଥିବା ନେଇ ବଡ଼ ଅଭିଯୋଗ ରହିଛି ସନ୍ଦୀପ ଙ୍କ ନାଁ ରେ । ଏହାଛଡା ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ ସନ୍ଦୀପ। ଏନେଇ ସନ୍ଦୀପଙ୍କ ନାଁ ରେ ଅଭିଯୋଗ ହେଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଖାସ ଲୋକ ହେଇଥିବାରୁ ପୋଲିସ ପକ୍ଷରୁ ଆକ୍ସନ ପରିବର୍ତ୍ତେ ତାଙ୍କୁ ଦିଆଯାଉଥିଲା ସୁରକ୍ଷା। ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା ପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିବା ଏବଂ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିବା ପରେ ମଧ୍ୟ ସନ୍ଦୀପ ଘୋଷଙ୍କ ଉପରେ ଆକ୍ସନ ନ ନେଇ କେବଳ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତେବେ ପ୍ରଶ୍ନ ଉଠୁଛି ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦେଉଛନ୍ତି କି ମମତା ସରକାର ? ସିବିଆଇ ତଦନ୍ତ କରିବା ପରଠାରୁ ଏବେ ଧୀରେ ଧୀରେ ମେଡିକାଲ କଲେଜର ଗୁମର ଖୋଲୁଛି। ଅଭିଯୁକ୍ତ ମାନଙ୍କ ସହିତ ଭିତିରିଆ ସମ୍ପର୍କ ଏବଂ ସେମାନଙ୍କୁ ସୁରକ୍ଷା ଦେବା ଏବେ ମମତାଙ୍କୁ ମହାଙ୍ଗା ପଡିବ କି ? କ୍ଷମତାଚ୍ୟୁତ ହେଇଯିବେ କି ମମତା ? ବର୍ତ୍ତମାନ ମମତାଙ୍କ ଇସ୍ତଫା ଦାବି ନେଇ ଅଡ଼ି ବସିଛନ୍ତି ବିରୋଧୀ ସମେତ ବିଭିନ୍ନ ଛାତ୍ର ସଂଗଠନ।

Leave a Reply

Your email address will not be published. Required fields are marked *