୩୨ ଟଙ୍କାରୁ ଅଧିକ ଟଙ୍କାରେ ଆଳୁ କେଜି ବିକନ୍ତୁ ନାହିଁ…

ଭୁବନେଶ୍ୱର ୨୬.୦୭ :- ଆଳୁ ଦର ଯେଉଁ ପରି ବୃଦ୍ଧି କରିଛି ତାହା ଆପଣମାନେ ଜାଣିଥିବେ l ଓଡ଼ିଶା ସୀମାରେ ଅଟକିଥିବା ଆଳୁଟ୍ରକ ଆଜି ପଶ୍ଚିମବଙ୍ଗ ଫେରିଯାଇଛି। ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନ ପାଇ ପଛକୁ ଫେରିଯାଇଥିବା ଜଣାପଡିଛି।ସୁନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଆଳୁ ଟ୍ରକ ଅଟକାଇଥିଲା। ଦିନକୁ ଦିନ ବଢିଚାଲିଛି ଦର। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା ବ୍ୟବସାୟୀ କହିଛନ୍ତି। ଏହି ସମୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଭୁବନେଶ୍ବର ଆଳୁ ଗୋଦାମ ତଦାରଖ କରିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୭ଦିନ ପର୍ଯ୍ୟନ୍ତ ଆଳୁ ଗଚ୍ଛିତ ହୋଇ ରହିଛି । ଏବେ ଆଳୁ ୨୦ରୁ ୨୨ ଟଙ୍କାରେ କିଣାଯାଉଛି। ବ୍ୟବସାୟୀ ୫ରୁ ୭ଟଙ୍କା ଲାଭ ରଖି ବିକିବା କଥା। ହେଲେ ୪୫ରୁ ୫୦ ଟଙ୍କାରେ କାହିଁକି ବିକ୍ରି ହେଉଛି ତାହା ସମୀକ୍ଷା କରାଯାଉଛି। ଶୀତଳଭଣ୍ଡାରରେ ଆଳୁ ରଖି କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆଉ ଏପଟେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ରେ ଅଟକି ରହିଛି ଶତାଧିକ ଟ୍ରକ୍। ଧର୍ମଘଟ ଯୋଗୁଁ ଏସବୁକୁ ଓଡ଼ିଶାକୁ ଯିବାକୁ ଦିଆଯାଉନି। ପଶ୍ଚିମବଙ୍ଗ ପଟେ ହିଁ ପଡ଼ୋଶୀ ରାଜ୍ୟ ପୋଲିସ୍ ଅଟକାଇଛି। ଯାହାର ସିଧା ପ୍ରଭାବ ଓଡ଼ିଶା ମାର୍କେଟ ଉପରେ ପଡ଼ିଛି। ଗତକାଲି ରାତିରେ କେବଳ ବାଛି ବାଛି ଆଳୁ ଟ୍ରକକୁ ପଶ୍ଚିମବଙ୍ଗ ପଟେ ଅଟକା ଯାଇଛି। 

ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ ତେବେ ଉତ୍ତରପ୍ରଦେଶରୁ ଖୁବଶୀଘ୍ର ଆଣିବୁ । ଆମେ ଅନୁଧ୍ୟାନ କରିଛୁ ମାର୍କେଟରେ ଆଳୁ ରେଟ୍ କମ୍ ଅଛି । ମୁଁ ୫ କେଜି ଆଳୁ ଆଣିଛି ୧୩୫ ଟଙ୍କାରେ । ଗୋଦାମ ଉପରେ ମୁଁ ଚଢ଼ାଉ କରିଥିଲି । ସେଠି ୨୭ ଟଙ୍କା ଦାମ୍ ରହିଛି । ସେହି ଅନୁଯାୟୀ ରିଟେଲ ୩୨ ଟଙ୍କା ରହିବ କଥା । ମୁଁ ସମସ୍ତଙ୍କୁ ଅପିଲ କରୁଛି କେହି ୩୨ ଟଙ୍କାରୁ ଅଧିକ ଟଙ୍କାରେ ଆଳୁ କେଜି ବିକନ୍ତୁ ନାହିଁ ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅସାଧୁ ବ୍ୟବସାୟୀଙ୍କୁ ଚେତାବନୀ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *