ଝଗଡା ସମୟରେ ଭୁଲ୍ ରେ ବି ଏହି କଥା କୁହନ୍ତୁ ନାହିଁ…

   ଆଜିକାଲି ଯୁବପିଢ଼ି ମାନଙ୍କ ମଧ୍ୟରେ ବହୁତ ମତାନ୍ତର ଦେଖିବାକୁ ମିଳୁଛି, ନିଜ ନିଜ ଭିତରେ ହେଉଥିବା ଭୁଲ ବୁଝାମଣା କୁ ଆପୋଷ ମଧ୍ୟରେ ସମାଧାନ ନ କରି ଅଧିକ ଅଧିକ ଫାଟ ସୃଷ୍ଟି କରୁଛନ୍ତି ଯାହାଦ୍ୱାରା ଅନେକ ସମ୍ପର୍କ ଭାଙ୍ଗି ଯାଉଛି l 
ବିବାହ ପରେ ଦମ୍ପତିଙ୍କ ମଧ୍ୟର ବେଳେବେଳେ ଛୋଟ ଛୋଟ କଥାକୁ ନେଇ ଝଗଡା ହୋଇଥାଏ, ଯାହାକି ସମ୍ପର୍କ ଭାଙ୍ଗିବାର ବଡ କାରଣ ହୁଏ । ଯଦିଓ ସମ୍ପର୍କରେ ସ୍ୱଚ୍ଛତା ବା ସତ କହିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବେଳେବେଳେ ସମ୍ପର୍କ ଭାଙ୍ଗିବା ଭୟରେ କିଛି ଜିନିଷ ଲୁଚାଇ ରଖିବା ଭଲ । ତେବେ ଆସନ୍ତୁ ଜାଣିବା କିଛି ସିକ୍ରେଟ୍, ଯାହା ଆପଣ ନିଜର ପ୍ରେମ ଜୀବନରେ ଅନ୍ତର୍ଭୁକ୍ତ କରି ପାର୍ଟନରଙ୍କ ଅସନ୍ତୋଷକୁ ଦୂର କରିପାରିବେ ।

    ଲୋକମାନେ ବିବାହ ପରେ ମଧ୍ୟ ସାଥୀ ଅପେକ୍ଷା ଚାକିରିକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ସାଥୀକୁ ଖୁସିରେ ରଖିବା ପାଇଁ ହିଁ ତ ଆପଣ କଠିନ ପରିଶ୍ରମ କରୁଛନ୍ତି, କିନ୍ତୁ ଯେତେବେଳ ପାର୍ଟନର ହିଁ ଖୁସି ନଥିବ ତେବେ ଏତେ କଠିନ କାର୍ଯ୍ୟ କରି କଣ ବା ସଫଳତା? ସେଥିପାଇଁ କାର୍ଯ୍ୟ ସହିତ ପାର୍ଟନରକୁ ମଧ୍ୟ ସମୟ ଦେବାକୁ ଚେଷ୍ଟା କରନ୍ତୁ ।  ଲୋକମାନେ ଝଗଡା ସମୟରେ ପରସ୍ପର ମାତା-ପିତାଙ୍କ ପାଇଁ ଭୁଲ ଶବ୍ଦର ବ୍ୟବହାର କରିଥାନ୍ତି । ଏପରି କରିବା ଠିକ୍ ନୁହେଁ । ଏହାଦ୍ୱାରା ସମ୍ପର୍କ ଆହୁରି ଖରାପ ହୋଇଥାଏ । ପାରସ୍ପରିକ ଝଗଡାରେ ପିତା-ମାତାଙ୍କୁ ନ ଆଣିବା ହିଁ ଠିକ୍ ।

Leave a Reply

Your email address will not be published. Required fields are marked *