ଏହି ଡ୍ରାଏ ଫୃଟ ଖାଇଲେ ପାଖ ମାଡ଼ିବନି ବାର୍ଦ୍ଧକ୍ୟ!

ନିଜକୁ ସୁନ୍ଦର ରଖିବାକୁ କିଏ ବା ନଚାହେଁ । ସମସ୍ତେ ସବୁବେଳେ ଚେଷ୍ଟା କରନ୍ତି କି, କିପରି ସବୁବେଳେ ତାଙ୍କ ଚେହେରା ଚମକିବ । ଏଥିପାଇଁ ଆଜିକାଲିର ଯୁବପିଢ଼ୀ ଅନେକ ପ୍ରଡକ୍ଟମାନ ବ୍ୟବହାର କରନ୍ତି । କରନ୍ତି ମାତ୍ର ଅନେକ କ୍ଷେତ୍ରରେ ଏହା ମହଙ୍ଗା ସାବ୍ୟସ୍ତ ହୋଇଥାଏ । ସମସ୍ତଙ୍କ ସ୍କିନରେ ସବୁ ପ୍ରଡକ୍ଟ ଯାଇ ନଥାଏ । ମାତ୍ର ଡାକ୍ତରଙ୍କ କହିବା ଅନୁସାରେ ଚେହେରାକୁ ଚମକାଇବା ପାଇଁ କିସମିସ ବେଶ ଉପଯୋଗୀ ହୋଇଥାଏ । ଏହି ଡ୍ରାଏ ଫୃଟ ସୁନ୍ଦର ଦେଖାଯିବାରେ ଏକ ବଡ଼ ଭୂମିକା ମଧ୍ୟ ଗ୍ରହଣ କରିଥାଏ । ଚାପ, ଜୀବନଶୈଳୀ ସାଙ୍ଗକୁ ଖରାପ ପରିବେଶ ଏବଂ ଖାଇବା ପ୍ରଭାବରେ ତ୍ବଚା ଶୁଖି ଯାଇଥାଏ । ଯାହାକୁ ନେଇ ଏବେ ଅଧିକଂଶ ଯୁବପିଢ଼ୀ ଚିନ୍ତାରେ ରହିଥାନ୍ତି । କିନ୍ତୁ କିସମିସ ଖାଇବା ଦ୍ବାରା ଆପଣଙ୍କ ସୌନ୍ଦର୍ଯ୍ୟକୁ ପୁଣିଥରେ ଫେରିପାଇବେ । କାହିଁକି ନାଁ ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ଏବଂ ମିନେରାଲ୍ସ ଭରପୁର ରହିଥାଏ । ଯାହାକି ତ୍ବଚାକୁ ଚମାଇବାରେ ସହାୟକ ହୋଇଥାଏ ବୋଲି ଡାକ୍ତରମାନେ କହିଥାନ୍ତି । ଏଣୁ ଆପଣ ପ୍ରତ୍ୟେକ ଦିନ ଏବଂ ଡାକ୍ତର ପରାମର୍ଶ ଅନୁସାରେ ଖାଇବା ଉଚିତ ।

Leave a Reply

Your email address will not be published. Required fields are marked *