ଆଜି ବି ମୁଲତବୀ ବିଧାନସଭା

ଆଜି ବି ସ୍ୱାଭାବିକ ଭାବରେ ଚାଲିପାରିଲାନି ବିଧାନସଭା | ଗୃହକୁ ସ୍ୱାଭାବିକ ଭାବରେ ଚଳେଇ ଦେଉନାହାଁନ୍ତି ବିରୋଧୀ | ଗୃହରେ ବିଭିନ୍ନ ପ୍ରସଙ୍ଗ ଉଠାଇ ହୋହାଲ୍ଲା କରୁଛନ୍ତି ବିରୋଧୀ ଯାହା ଫଳରେ ସ୍ୱାଭାବିକ ଭାବରେ ଚାଲିପାରୁନି ବିଧାନସଭା | ଆଜି ହେଉଛି ବିଧାନସଭା ବଜେଟ୍‌ ଅଧିବେଶନର ତୃତୀୟ ଦିନ। ଆଜି ମଧ୍ୟ ଗତକାଲି ଭଳି ବିରୋଧୀ ବିଜେଡି ଦଳର ବିଧାୟକ ମାନେ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ। ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ କରି କକ୍ଷତ୍ୟାଗ କରିଛନ୍ତି ବିଜେଡିର ସଦସ୍ୟ ମାନେ । ଏହାଛଡା ଗୃହର ମଧ୍ୟଭାଗକୁ ଆସି କଂଗ୍ରେସର ସଦସ୍ୟମାନେ ମଧ୍ୟ ହଟ୍ଟଗୋଳ ଆରମ୍ଭ କରିଥିଲେ। ଏହାଫଳରେ ବାଚସ୍ପତି ସୁରମା ପାଢ଼ୀ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ତେବେ କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ନେଇ ଆଜି ଗୃହରେ ହୋହାଲ୍ଲା କରିଥିଲେ ବିରୋଧୀ ବିଜେଡିର ବିଧାୟକ ମାନେ । ଗୃହର ମଧ୍ୟଭାଗକୁ ଆସି ସେମାନେ ଏହାର ଜୋରଦାର ପ୍ରତିବାଦ କରିଥିଲେ। ଏଥିସହ ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ପ୍ରସଙ୍ଗ ଉଠାଇ ଶାସକ ଦଳ ଉପରେ ବର୍ଷିଥିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ନିଜ ଆସନରେ ଠିଆ ହେଇ ସେ ଏହି ପ୍ରସଙ୍ଗରେ ପ୍ରତିବାଦ କରିଥିଲେ | ଏହାପରେ ବିଜେଡି ବିଧାୟକମାନେ ଶେଷରେ କକ୍ଷତ୍ୟାଗ କରିଥିଲେ। ଠିକ ସେହିପରି ଗୃହର ମଧ୍ୟ ଭାଗରେ ଠିଆ ହେଇ କଂଗ୍ରେସର ବିଧାୟକମାନେ ମଧ୍ୟ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରିଥିଲେ।

Leave a Reply

Your email address will not be published. Required fields are marked *