Fastag ନାମରେ ଗ୍ରାହକଙ୍କୁ ଲୁଟ

ଫୋକସ ପ୍ଲସ ୨୯ /୫/ ୨୨(ପାଲଲହଡା): Fastag ନାମରେ ଗ୍ରାହକ ଲୁଟୁଛନ୍ତି ଖମାର ଟୁଲ ପ୍ଲାଜା l
ଅଭିଯୋଗ ଆଣିଲେ ଗାଡି ମାଲିକ ଅକ୍ଷୟ ମହାପାତ୍ର, ଥରେ ନୁହେଁ ଏମିତି ବହୁବାର କଟିଛି ପଇସା ବେଆଇନ ଭାବେ l
ଘରେ ଗାଡି ରହିଲେ ବି କଟୁଛି fastag ରୁ ପଇସା, ସାବଧାନ ହୁଅନ୍ତୁ ଗାଡି ମାଲିକ l
Fastag ନାମରେ ଲୁଟୁଛନ୍ତି ଖମାର toll plaza l ଗାଡି ଘରେ ରହିଲେ ବି ଆକାଉଣ୍ଟ ରୁ କାଟୁଛି ପଇସା l ସାବଧାନ ରୁହନ୍ତୁ ଗାଡି ମାଲିକ ମାନେ… ଆପଣଙ୍କ କ୍ଷେତ୍ରରେ ବି ଘଟିପାରେ ଏହି ପରି ଘଟଣା? ଗତ ୨୭ ତାରିଖରେ ରାତି 9.35 ସମୟରେ OD 05 AS 4055 ନମ୍ବର ଗାଡି ( ବୋଲେରୁ ) ଟୁଲ ଗେଟ ଦେଇ ଯାଇଥିଲା ଏବଂ fastag ରେ 55 ଟଙ୍କା କଟିଥିଲା ଏବଂ ସେହି ରାତିରେ ପୁଣି ସେହି ଗାଡିଟି ଫେରିଥିଲା ପୁଣି fastag ରୁ ପଇସା କଟିଥିଲା l ଗାଡି ଘରେରାତି 11 ଟା ସମୟରେ ଥିବା ବେଳେ ପୁଣି ଆକାଉଣ୍ଟ ରୁ 55 ଟଙ୍କା କଟିଛି ବୋଲି ଗାଡି ମାଲିକ ଅକ୍ଷୟ ମହାପାତ୍ର, ଦେବଗଡ଼ ରୁ ଖମାର ଟୁଲ ପ୍ଲାଜା ନାମରେ ଅଭିଯୋଗ ଆଣିଛନ୍ତି l ଏବଂ fastag ଗ୍ରାହକ ମାନଙ୍କୁ ସଚେତନ ପାଇଁ ଅନୁରୋଧ କରିଛନ୍ତି l 149 ନମ୍ବର ଜାତୀୟ ରାଜପଥ ଅନୁଗୋଳ ଜିଲ୍ଲା ଖମାର ନିକଟରେ ଦୈନିକ ହଜାର ହଜାର ଯାନବାହାନ ଯିବା ଆସିବା କରୁଥିବା ବେଳେ ଖମାର ଟୁଲ ପ୍ଲାଜା ଗ୍ରାହକଙ୍କୁ ଲୁଟିବାରେ ଲାଗିଛି, ଏନେଇ ଅଭିଯୁକ୍ତ ମାନେ ଅଭିଯୋଗ କଲେ ଦୁର୍ବ୍ୟବହାର କରୁଛନ୍ତି ଟୁଲ ପ୍ଲାଜା କତୃପକ୍ଷ l ବିଭିନ୍ନ ସମୟରେ ଆଗରୁ ମଧ୍ୟ ଏହି ଟୁଲ ଗେଟ ବା ଟୁଲ ପ୍ଲାଜା ନାମରେ ଅଭିଯୋଗ ଆସିଛି କିନ୍ତୁ କୌଣସି କଥାକୁ ଟୁଲ ପ୍ଲାଜା କତୃପକ୍ଷ ଶୁଣିବାରେ ନାହିଁ l ଗତ 27 ତାରିଖରେ ବେଆଇନ ଭାବେ ଗାଡି ଘରେ ଥାଇ fastag ରୁ ପଇସା କଟିବା ଅତି ଦୁଃଖର ଘଟଣା, ଏମିତି ଯଦି ହଜାର ହଜାର ଗାଡି ବେଆଇନ ଭାବେ ପଇସା କଟେ ତେବେ ଦୈନିକ କେତେ ଟଙ୍କା ଲୁଟୁଛନ୍ତି ଟୁଲ ପ୍ଲାଜା କତୃପକ୍ଷ.. ଏନେଇ ଏହି ସମସ୍ୟାର ସ୍ୱୀକାର ହୋଇଥିବା ଗାଡି ମାଲିକ ଅକ୍ଷୟ ମହାପାତ୍ର କଣ କହୁଛନ୍ତି ଏହି ଭିଡ଼ିଓ ମାଧ୍ୟମରେ ଦେଖନ୍ତୁ?????? ପାଲଲହଡା ରୁ ଖଗେଶ୍ୱର ପିଙ୍ଗୁଆ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *