ଶେଷରେ ମିଳିଲା ସମର୍ଥନ

ଚଳିତ ବର୍ଷ ନଭେମ୍ବର ୫ ତାରିଖରେ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ଚଳିତ ଥର ନିର୍ବାଚନରେ ୧୬୦ ନିୟୁତ ପଞ୍ଜୀକୃତ ଭୋଟର ଯୁକ୍ତରାଷ୍ଟ୍ର ଆମେରିକାର ୬୦ତମ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ। ଏଥର ନିର୍ବାଚନରେ କଡା ମୁକାବିଲା ଦେଖିବାକୁ ଯାଉଛନ୍ତି ଆମେରିକା ବାସୀ | ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯିବା ପରେ କମଲାହାରିସ୍‌ଙ୍କୁ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଅନ୍ୟପକ୍ଷରେ ଆଜି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଓ ତାଙ୍କ ପତ୍ନୀ ମିସେଲ ଓବାମା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ତାଙ୍କର ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଦୁହେଁ ଆଜି ଫୋନ୍ ଯୋଗେ କମଳା ହାରିସଙ୍କୁ ତାଙ୍କର ସମର୍ଥନ ଜଣାଇଛନ୍ତି। ବାରାକ ଓବାମା ମଧ୍ୟ ଏହା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ମିସେଲ ହାରିସଙ୍କୁ କହିଛନ୍ତିଯେ , ଆମେ ତୁମ ପାଇଁ ଗର୍ବିତ ଅଟୁ । ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏନେଇ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ଭିଡିଓରେ ଓବାମା ଓ ତାଙ୍କ ପତ୍ନୀ କମଳା ହାରିସଙ୍କ ସହ କଥା ବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ହାରିସଙ୍କୁ ଫୋନ୍ ଯୋଗେ ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ , ଆମେ ଆପଣଙ୍କୁ ଫୋନ୍ କରି କହିଛୁ ଯେ ମିସେଲ ଏବଂ ମୁଁ ଆପଣଙ୍କୁ ସମର୍ଥନ କରିବୁ ଏବଂ ଏହି ନିର୍ବାଚନ ଜିତିବାରେ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ଆମ୍ଭେ ଆମ୍ଭର ପ୍ରୟାସ କରିବୁ ।

Leave a Reply

Your email address will not be published. Required fields are marked *