ଭଗବାନ ସାଜିଲେ ସଇତାନ

କଟକ: କଟକ ବଡ ମେଡିକାଲ ରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ। । ରୋଗୀଙ୍କୁ ଇସିଜି କରିବା ବାହାନାରେ କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଏହି ଘଟଣା ପରେ ଅଭିଯୁକ୍ତ ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା । ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ କଟକ ରେ ଥିବା SCB କୁ ଦୁଇଜଣ ରୋଗୀ କାର୍ଡିଓଲୋଜି ବିଭାଗକୁ ଆସିଥିଲେ। ସେଠାରେ ଡାକ୍ତର ତାଙ୍କର ଇସିଜି ହେବା ସହ ରବିବାର ଆସିବାକୁ କହିଥିଲେ । ସେମାନେ ରବିବାର ଦିନ ଆସିବା ପରେ ତାଙ୍କୁ ସେଠାରେ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଡାକ୍ତର ଜଣଙ୍କ ପୀଡ଼ିତାଙ୍କ ସଂପର୍କୀୟଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଡାକ୍ତରଙ୍କୁ ଏସସିବି ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଦୁଷ୍କର୍ମ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର। ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଦେଇଛି । ଧାରା ୧୬୧, ୧୬୪ରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯାଇ ତଦନ୍ତ କରାଯିବ ବୋଲି ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *