GRSଙ୍କ ଦବଙ୍ଗ ଗିରି, ସରପଞ୍ଚଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଫୋକସ ପ୍ଲସ 23/5/22(ଆନନ୍ଦପୁର):ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଳକ ଅନ୍ତର୍ଗତ ଓରାଳି ପଞ୍ଚାୟତ ର ସରପଞ୍ଚ ହରିଶ୍ଚନ୍ଦ୍ର ଜେନାଙ୍କୁ grs ମନୋଜ ମହାନ୍ତି ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି।ଓରାଳି ଜିଆରଏସ ମନରେଗା ଯୋଜନାରେ ଜିଓଟେକ କରିବା ପାଇଁ ଯନ୍ତ୍ରୀ ଏବଂ ସରପଞ୍ଚ ବାରମ୍ବାର କହିଲେ ମଧ୍ୟ ଜୀଓଟେକ କରୁନଥିବା ରୁ ଜବକାର୍ଡ଼ ଧାରୀ ମାନେ କାମକରି ପଇସା ପାଉନଥିବା ଅଭିଯୋଗ କରିଛନ୍ତି।ଚଳିତ ପଞ୍ଚାୟତ ନିର୍ବାଚନ ରେ grs ଙ୍କ ଧର୍ମପତ୍ନୀ ସଂଗୀତା ମହାନ୍ତି ନିଜେ ସରପଞ୍ଚ ରେ ଛିଡ଼ାହୋଥିବା ବେଳେ ନିର୍ବାଚନ ରେ ହାରି ଯାଇଥିଲେ।grs ଙ୍କ ଧର୍ମପର୍ତ୍ନୀ ଙ୍କୁ ଲୋକମାନେ ଭୋଟ ଦେଇନଥିବାରୁ grs ଡିମାଣ୍ଡ କରୁନଥିବା ବେଳେ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। grs ଙ୍କୁ ବ୍ଳକ କାର୍ଯ୍ୟାଳୟ ରେ ସରପଞ୍ଚ ପଚାରିବାରୁ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି grs ।ଏହାକୁ ନେଇ ସରପଞ୍ଚ ହରିଶ୍ଚନ୍ଦ୍ର ଜେନା,ସମିତିସଭ୍ୟ ଦେବବ୍ରତ ବେହେରା ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ହାଟଡ଼ିହି ବିଡ଼ିଓ ବିନିତା ବିଜୟିନୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ହାଟଡ଼ିହିରୁ ଦେବବ୍ରତ ବେହେରା ଙ୍କ ରିପୋର୍ଟ focus plus।

Leave a Reply

Your email address will not be published. Required fields are marked *