ଫୋକସ ପ୍ଲସ(ଲକ୍ଷ୍ମୀପୁର): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ତୁନପାର ପଞ୍ଚାୟତର ଶତାଧିକ ଲୋକ ଆଜି JE, PEO, GRSଏବଂ ସରପଞ୍ଚଙ୍କ ମିଳିତ ଦୁର୍ନୀତି ବିରୋଧରେ ଆଜି ଲକ୍ଷ୍ମୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୱାର୍ଡ ସଭ୍ୟ, ନାୟକ ସରପଞ୍ଚ, ଜିଲ୍ଲା ପରିଷଦ ଏବଂ ଗ୍ରାମବାସୀଙ୍କମିଳିତ ଭାବେ ଏକ ଦାବିପତ୍ର ପ୍ରଦାନକରିଛନ୍ତି ।ଏହି ଦାବି ପତ୍ରରେ ତୁନପାର ଗ୍ରାମ ପଞ୍ଚାୟତରେ ୨୦୨୦ ମସିହା ଠାରୁ କୈଣସି ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ମୋନରେଙ୍ଗା କାର୍ଯ୍ୟକୁ ଅନିୟମିତତା କରାଯାଉଥିବା ଅଭିଯୋଗ କରିଛନ୍ତି ।ସରପଞ୍ଚ ଏବଂ JE, PEO,GRS ମିଶି ଜଣଙ୍କ ନାମରେ କାର୍ଯ୍ୟ ଦେଉଥିବାର ଅଭିଯୋଗ କରିଛନ୍ତି ।ଯଦି କୌଣସି ବ୍ୟକ୍ତିକାମ ପାଇଁ ଗଲେ ତାଙ୍କୁ ନାଲି ଆଖି ଦେଖେଇ ଯଦି କାମ କରିବାପାଇଁ ହେଲେ ୨୫%ପିସି ପ୍ରଥମେ ଦେବାକୁ କହୁଥିବାର ଅଭିଯୋଗ କରିଛନ୍ତି ।
୨୦୨୨ଯେତିକି କାର୍ଯ୍ୟ ହୋଇଛି ସବୁ ନିନ୍ମ ମାନର ହେବା ସହ ତରିଗୁଡା ସିସି ରୋଡ ବିନା କାମରେ ମିଛ ବିଲ କରି ଟଙ୍କା ଉଠାଇ ଥିବା ଏବଂ ଯେକୈଣସି କାର୍ଯ୍ୟମଧ୍ୟ ତୁନପାର ୱାର୍ଡରେ ହିଁ କରାଯାଉଛି ।ଅନ୍ୟ ୱାର୍ଡରେ କୈଣସୀ ଜୋନହିତକାରୀ କରାଯାଉ ନାହିଁ ।ବିନା ବୈଠକ କିମ୍ବା ପଲ୍ଲୀସଭାରେ ୱାର୍ଡ ସଭ୍ୟସଭ୍ୟା ମାନଙ୍କୁ ମଧ୍ୟ ନଜଣେଇ ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବାର କହିଛନ୍ତି ।ଏହି ଅଭିଯୋଗ ପରେ ଲକ୍ଷ୍ମୀପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଦଶ ଦିନ ମଧ୍ୟରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆ ଯିବ ବୋଲି କହିଛନ୍ତି ।
ଲକ୍ଷ୍ମୀପୁରରୁ ପାତ୍ର ପିଲେଣ୍ଟିଙ୍କ ରିପୋର୍ଟ