ବଞ୍ଚିବା ପାଇଁ ଖାଉଥିଲେ ମାଲିକର ଗୋଡ

ଆଜିକାଲି କୁକୁର ମାନଙ୍କୁ ଘରେ ପାଳିବା ସମସ୍ତଙ୍କର ସଉକ ହୋଇଗଲାଣି । ସେହିପରି ପୋଷା କୁକୁର ଏବଂ ମାଲିକଙ୍କ ସମ୍ପର୍କ ଖୁବ ନିଆରା ହୋଇଥାଏ । କୁକୁର ଏବଂ ମାଲିକକୁ ନେଇ ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ ତଥା ଦୁଃଖଦ ଘଟଣା। ବ୍ୟାଙ୍କକର ଖଲୋଙ୍ଗ ସାମ ୱା ଜିଲ୍ଲାରେ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କୁ ପୂରା ଆଶ୍ଚର୍ଯ୍ୟ ଲାଗିବ। ଗୋଟିଏ ବନ୍ଦ ଘର ଭିତରୁ ଉଦ୍ଧାର ହୋଇଛନ୍ତି ୨୮ଟି ଛୋଟ ଛୋଟ କୁକର। ଏବଂ ସେମାନେ ଘର ଭିତରେ ଦୀର୍ଘ ଦିନ ହେଲା ବନ୍ଦ ହୋଇ ରହିଥିଲେ। ବନ୍ଦ ଘରେ ବଞ୍ଚିବା ପାଇଁ ସେମାନେ ମାଲିକଙ୍କ ଗୋଡ଼କୁ ଖାଉଥିଲେ। ଘଟଣା ଅନୁସାରେ ସେମାନଙ୍କୁ ପାଳିଥିବା ବ୍ୟକ୍ତିଙ୍କର ମୃତ୍ୟୁ ତାଙ୍କ ଘର ଭିତରେ ହୋଇଥିଲେ ଏବଂ ଏକଥା ମଧ୍ୟ କାହାକୁ ଜଣା ନଥିଲା। କୁକୁରଗୁଡ଼ିକ ମଧ୍ୟ ମାଲିକ ମରିଯିବା ପରେ ଆଉ ଖାଇବାକୁ ପାଇ ନଥିଲେ। ତେଣୁ ସେମାନେ ବାଧ୍ୟ ହୋଇ ବଞ୍ଚି ରହିବା ପାଇଁ ନିଜ ମାଲିକର ଗୋଡ ଖାଇ ବଞ୍ଚି ରହିଥିଲେ ବୋଲି ଉଦ୍ଧାରକାରୀ ଟିମ ସୂଚନା ଦେଇଛନ୍ତି। ବ୍ୟାଙ୍କକର ଖଲୋଙ୍ଗ ସାମ ୱା ଜିଲ୍ଲାରେ ଏପରି ଘଟଣା ଘଟିଛି। ଏଠାରେ ରହୁଥିବା ୬୨ ବର୍ଷୀୟ ଅଟ୍ଟପଲ ସିଙ୍କ ମୃତଦେହ ଶନିବାର ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଥିଲା। ତାଙ୍କ ଘର ବାହାରେ ରହିଥିବା କାରଟି ବେଶ କିଛି ଦିନ ହେଲା ସେମିତି ପଡ଼ି ରହିବାରୁ ପଡ଼ୋଶୀମାନେ ସନ୍ଦେହ କରିଥିଲେ। ଏହାପରେ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଏବଂ ଉଦ୍ଧାରକାରୀ ଟିମ ଘର ଭିତରକୁ କବାଟ ଭାଙ୍ଗି ଯିବା ପରେ ଅଟ୍ଟପଲଙ୍କ ମୃତଦେହ ସେମାନେ ଉଦ୍ଧାର କରିଥିଲେ । ଏହି ସମୟରେ ସେଠାରେ ମୋଟ ୨୮ଟି କୁକୁର ରହିଥିବା ମଧ୍ୟ ଦେଖିବାକୁ ପାଇଥିଲେ। କୁକୁରଗୁଡ଼ିକ ଚିହୁଆହୁଆ ଓ ଶିହ ଟଜୁ ପ୍ରଜାତିର ବୋଲି ଜଣାପଡ଼ିଛି। ସେମାନେ ଅଟ୍ଟପଲଙ୍କ ବାମ ଗୋଡ଼କୁ ଖାଇ ବଞ୍ଚି ରହିଥିଲେ ବୋଲି ଅନୁମାନ କରାଯାଇ ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପୁଲିସ ଓ ଉଦ୍ଧାରକାରୀ ଟିମ ସହ ପଶୁ କଲ୍ୟାଣ ବୋର୍ଡର ସଦସ୍ୟମାନେ ମଧ୍ୟ ଅଟ୍ଟପଲଙ୍କ ଘର ପାଖରେ ଉପସ୍ଥିତ ରହିଥିଲେ। ସେମାନଙ୍କ ଉପସ୍ଥିତରେ ଦୁର୍ବଳ ହୋଇପଡ଼ିଥିବା କୁକୁରମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।ଦୀର୍ଘଦିନରୁ ଅଟପଲ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡ଼ିତ ଥିଲେ। ଏଥିଯୋଗୁ ତାଙ୍କର ମୃତ୍ୟୁ ପ୍ରାୟ ସପ୍ତାହକ ତଳେ ତାଙ୍କ ଘରେ ହୋଇଛି। ଫଳରେ କୁକୁର ଗୁଡ଼ିକ ସପ୍ତାହେ ଧରି ଭୋକିଲା ଅବସ୍ଥାରେ ଘର ଭିତରେ ସମ୍ପୂର୍ଣ ଭାବରେ ଫସି ରହିଥିଲେ। ପୁଲିସର ସୂଚନା ଅନୁସାରେ ମୃତଦେହ ପାଖରେ ମୋଟ ୧୫ଟି କୁକୁର ରହିଥିଲେ। ଠିକ ସେହପରି ୨ଟି କୁକୁରର ମୃତଦେହ ମଧ୍ୟ ମିଳିଥିବା ବେଳେ ଘରର ବିଭିନ୍ନ ସ୍ଥାନରେ ବୁଲୁଥିବା ଆଉ ୧୩ଟି କୁକୁରକୁ ଉଦ୍ଧାର କରାଯାଇଥିଲା।

Leave a Reply

Your email address will not be published. Required fields are marked *