ବାତ୍ୟା ଆଶଙ୍କା ମଝିରେ ଆସୁଛି ବଡ ବର୍ଷା !

ଭୁବନେଶ୍ୱର : ଆଜି ଅବପାତରେ ପରିଣତ ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ୨୭ରୁ ୨୯ ତାରିଖ ଯାଏ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ , ଦକ୍ଷିଣ ପୂର୍ବ ବଙ୍ଗୋପସାଗର ତତ୍ ସଂଲଗ୍ନ ଭାରତ ମହାସାଗର ନିକଟସ୍ଥ ଅଞ୍ଚଳରେ ଅବସ୍ଥିତ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇ ଆଜି ଅବପାତର ରୂପ ନେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ତାମିଲନାଡୁ ଏବଂ ଶ୍ରୀଲଙ୍କାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନ ତଥା ବିଶେଷ ଭାବରେ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave a Reply

Your email address will not be published. Required fields are marked *