ଭାସୁଛି ନେପାଳ !

କାଠମାଣ୍ଡୁ : ଗତ କାଲିଠାରୁ ନେପାଳର କିଛି ସ୍ଥାନରେ ଲଗାଣ ବର୍ଷା ହୋଇଥିଲା। ଯାହାଫଳରେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ରାସ୍ତାଘାଟ ସବୁଠି ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳରେ ଲୋକମାନଙ୍କ ଘରକୁ ପାଣି ପଶିଯିବାରୁ ଘରୁ ବାହାରକୁ ବାହାରିବା ତାଙ୍କ ପାଇଁ ମୁସ୍କିଲ ହୋଇପଡିଛି। ସୃଷ୍ଟି ହୋଇଥିବା ବନ୍ୟାରେ ସର୍ବମୋଟ ୩୯ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀ କାଠମାଣ୍ଡୁରେ ୯ ଜଣ ଲୋକଙ୍କର ମୃତ୍ୟୁ ଘଟି ଥିବାବେଳେ ଲଳିତପୁରରେ ୧୬ ଜଣ, ଭକ୍ତପୁରରେ ୫ ଜଣ, କଭରେପାଲନଚୌକରେ ୩ ଜଣ, ପଞ୍ଚଚର ଏବଂ ଧନକୁଟାରେ ଦୁଇଜଣ ଲେଖାଏ ଏବଂ ଝାପା ଓ ଧଦିଙ୍ଗରେ ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ଘଟିଛି। ବନ୍ୟାରେ ମଧ୍ୟ ଅନେକ ଲୋକ ଭାସିଯିବା ସହିତ ୧୧ ଜଣ ନିଖୋଜ ଅଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳୁନଥିବା ସୂଚନା ମିଳିଛି। ସେହିପରି ପୋଲିସ ରିପୋର୍ଟ ଅନୁସାରେ, କାଠମାଣ୍ଡୁରେ ୨୨୬ଟି ଘର ଜଳମଗ୍ନ ହୋଇଯାଇଛି। ବନ୍ୟାରେ ପ୍ରଭାବିତ ଅଞ୍ଚଳ ମାନଙ୍କରେ ନେପାଳ ପୋଲିସରୁ ପ୍ରାୟ ୩୦୦୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

Leave a Reply

Your email address will not be published. Required fields are marked *