ସରିଯାଇଛି ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ । ଆଉ ଆସିଯାଇଛି ଜନତାଙ୍କ ଜନାଦେଶ । ଝାଡ଼ଖଣ୍ଡରେ ଏଥର ବି ପୁଣିଥରେ ବାଜି ମାରି ନେଇଛନ୍ତି ଜେଏମ୍ଏମ୍ ସରକାର। ଝାଡ଼ଖଣ୍ଡ ବାସୀଙ୍କ ମନ ଜିତି ନେଇଛନ୍ତି ସୋରେନ ସରକାର। ଝାଡ଼ଖଣ୍ଡରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ସୋରେନ ସରକାର । ଏକ ହି ନାରା ହେମନ୍ତ ଦୋବାରା ସ୍ଲୋଗାନ ଆଗରେ କାମ କରିପାରିଲାନି ବିଜେପିର ରୋଟି ,ବେଟି ଓ ମିଟ୍ଟୀ ନାରା । ଚଳିତ ନିର୍ବାଚନରେ ଝାଡ଼ଖଣ୍ଡରେ କାମ କରି ପାରିଲାନି ବିଜେପିର କୌଣସି ରଣନୀତି। କଂଗ୍ରେସ ଏବଂ ଜେଏମ୍ଏମ୍ ମେଣ୍ଟ ୮୧ଟି ଆସନ ମଧ୍ୟରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ମିଳିତ ମେଣ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ୫୬ଟି ହାତେଇ ନିଜ କ୍ଷମତା ବଜାୟ ରଖିଛି। ସେପଟେ ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ କେବଳ ୨୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ପ୍ରଥମ ଥର ଝାଡଖଣ୍ଡ ଇତିହାସରେ ଲଗାତାର କୌଣସି ରାଜନୈତିକ ଦଳ ଦ୍ୱିତୀୟ ଥର ସରକାର ଗଢିବା ସହିତ ନୂଆ ରେକର୍ଡ ସୃଷ୍ଟି କରିଛି ।
ମିଳିଥିବା ସୂଚନା ମୁତାବକ, ଆସନ୍ତା ନଭେମ୍ବର ୨୬ରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ହେମନ୍ତ ସୋରେନ୍ ରାଜ ଭବନ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ଦେବେ। ଏବଂ ଏହା ପରେ ପୁନର୍ବାର ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିବେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟତୀତ ଜେଏମଏମ କୋଟାରୁ ୬ଜଣ, କଂଗ୍ରେସ କୋଟାରୁ ୪ ଜଣ ଏବଂ ଆରଜେଡି କୋଟାରୁ ଜଣେ ମନ୍ତ୍ରୀ ରହିବେ। ୨୬ ନଭେମ୍ବରରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ସମାରୋହରେ I.N.D.I.A. ମିଳିତ ମଞ୍ଚରେ ଜଡିତ ଦଳର ବଡ଼ ବଡ଼ ନେତାମାନେ ମଧ୍ୟ ଏଥିରେ ସାମିଲ ହେବେ। ଅରବିନ୍ଦ କେଜ୍ରିୱାଲ , ରାହୁଲ ଗାନ୍ଧି, ତେଜସ୍ୱୀ ଯାଦବ, ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦୀପାଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ ସାମିଲ ହୋଇପାରନ୍ତି।