କେମିତି ଆସିଲା ରାହୁଲଙ୍କ ପାଖକୁ ଏତେ ଟଙ୍କା ?

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ରାହୁଲ ଗାନ୍ଧୀ ଙ୍କ ମୋଟ ସମ୍ପତ୍ତିର ପରିମାଣ । ୫ ମାସ ମଧ୍ୟରେ ମଧ୍ୟରେ ବଢିଛି ରାହୁଲଙ୍କ ସମ୍ପତ୍ତି । ସେୟାର ମାର୍କେଟ ରେ ବି ଟଙ୍କା ଲଗାନ୍ତି ରାହୁଲ। ବିରୋଧୀ ଦଳ ନେତାଙ୍କ ବୟାନ ସେୟାର ବଜାରକୁ ଅତ୍ୟନ୍ତ ପ୍ରଭାବିତ କରୁଛି ବୋଲି ଶାସକ ଦଳ ବିଜେପି ସବୁବେଳେ କହୁଥିବା ବେଳେ ଏହି ସମୟରେ ସାମ୍ନାକୁ ଆସିଛି ସେୟାର ବଜାରରେ ରାହୁଲଙ୍କ ରୋଜଗାରର ପରିମାଣ। ଗତ ୫ ମାସ ମଧ୍ୟରେ ରାହୁଲ ସେୟାର ବଜାରରୁ ପାଖାପାଖି ୪୬ ଲକ୍ଷ ୫୦ ହଜାର ଟଙ୍କା ଆୟ କରିଛନ୍ତି। ସୂଚନା ଅନୁସାରେ ଗତ ମାର୍ଚ୍ଚ ୧୫ ୨୦୨୪ରେ ଷ୍ଟକ ମାର୍କେଟରେ ରାହୁଲଙ୍କର ସମ୍ପତ୍ତିର ପରିମାଣ ମୋଟ ୪ କୋଟି ୩୩ ଲକ୍ଷ ଟଙ୍କା ଥିଲା। ଅଗଷ୍ଟ ୧୨ ସୁଦ୍ଧା ରାହୁଲଙ୍କ ସମ୍ପତ୍ତି ୪ କୋଟି ୮୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ରାହୁଲ ଗାନ୍ଧୀ ଲୋକସଭାରେ ଦାଖଲ କରିଥିବା ସମ୍ପତି ତାଲିକାରେ ସେ ଅର୍ଥ ବିନିଯୋଗ କରିଥିବା ନେଇ ସମସ୍ତ ଷ୍ଟକର ତଥ୍ୟ ଦେଇଥିଲେ। ବର୍ତ୍ତମାନ ରାହୁଲ ୫ ମାସରେ ୪୬ ଲକ୍ଷ ୪୯ ହଜାର ଟଙ୍କା ଲାଭ କରିଥିବା ନେଇ ସୂଚନା ମଳିଛି। ରାହୁଲ ମୋଟ ୨୪ ଟି କମ୍ପାନୀରେ ଅର୍ଥ ବିନିଯୋଗ କରିଛନ୍ତି। ସେଥି ମଧ୍ୟରୁ ୨୦ ଟି କମ୍ପାନୀର ଷ୍ଟକର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ୪ ଟିରେ ସେ କ୍ଷତି ସହିଛନ୍ତି।

Leave a Reply

Your email address will not be published. Required fields are marked *