ନିଷିଦ୍ଧାଞ୍ଚଳରେ କେମିତି ଉଡ଼ିଲା ଡ୍ରୋନ୍ ?

ନିଷିଦ୍ଧାଞ୍ଚଳରେ କେମିତି ଉଡ଼ିଲା ଡ୍ରୋନ୍ ? ବର୍ତ୍ତମାନ ଏହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ | ସୂଚନା ଅନୁସାରେ ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଉଡ଼ିଛି ଡ୍ରୋନ୍। ଖୁଲମଖୁଲା ଭାବରେ କଡ଼ାକଡ଼ି ନିୟମର ଉଲ୍ଳଂଘନ କରାଯାଇଛି । ଏବଂ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।ଗତକାଲି ଛତିଶଗଡ଼ରେ ପ୍ରବଳ ବର୍ଷା ହେତୁ ହୀରାକୁଦ ଡ୍ୟାମର ୨୦ଟି ଗେଟ୍‌କୁ ପର୍ଯ୍ୟାୟକ୍ରମେ ଖୋଲା ଯାଇଥିଲା । ଜିଲ୍ଲାପାଳ ପ୍ରଥମେ ପୂଜାର୍ଚ୍ଚନା କରିସାରିବା ପରେ ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲାଯାଇ ମହାନଦୀର ପ୍ରଥମ ବନ୍ୟା ଜଳନିଷ୍କାସିତ ହୋଇଥିଲା । ବର୍ତ୍ତମାନ ଏହାର ଭିଡିଓ ଏବେ ସୋଶାଲ ମିଡିରେ ଘୁରି ବୁଲୁଛି।ଅପରେସନ ଗ୍ୟାଲେରୀ’ ଏକ ନିଷିଦ୍ଧାଞ୍ଚଳ ହୋଇଥିବା ସତ୍ତ୍ୱେ ତାହା ଉପରେ କିଏ ଡ୍ରୋନ୍‌ ଉଡ଼ାଇଲା, ଏବଂ କିଏ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କଲା ସେ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତକୌଣସି ପ୍ରକାର ସୂଚନା ମିଳିପାରିନାହିଁ ।ଏହା ଛଡା ଭାଇରଲ ହେଉଥିବା ଅନ୍ୟ ଏକ ଭିଡିଓ ରେ ଜଣେ ବ୍ଲଗର ଡ୍ରୋନ କ୍ୟାମେରାରେ ହୀରାକୁଦ ଡ୍ୟାମର ଭିଜୁଆଲ କୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ତାହା ମଧ୍ୟ ଭାଇରାଲ ହୋଇଛି। ଏ ସମ୍ପର୍କରେ ହାରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ କହିଛନ୍ତି ଯେ ଏଭଳି ଭିଡିଓ ଆଦୌ ହେବା କଥା ନୁହେଁ। ସେ ଘଟଣା ସମ୍ପର୍କରେ ସମ୍ପୂର୍ଣ ତଥ୍ୟ ସଂଗ୍ରହ କରି ଏ ବାବଦରେ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି। ସୁରକ୍ଷାଗତ ଦୃଷ୍ଟିରୁ ବିଗତ କିଛି ବର୍ଷ ହେବ , ହୀରାକୁଦ ଡ୍ୟାମ ପରିସରକୁ ଗଣ ମାଧ୍ୟମର ପ୍ରବେଶକୁ ସମ୍ପୂର୍ଣ ବାରଣ କରା ଯାଇଥିବା ବେଳେ, ଏହି ଲୋକମାନେ କିପରି ପ୍ରବେଶ କରି ଭିଡିଓ ଏହାର କରି ଭାଇରାଲ କରୁଛନ୍ତି ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠାଇଛନ୍ତି ସମ୍ବଲପୁର ବାସିନ୍ଦା ।ଏହାଛଡା ହୀରାକୁଦ ଡ୍ୟାମ୍‌କୁ ସଶସ୍ତ୍ର ସୁରକ୍ଷା ବାହିନୀ ୨୪ ଘଣ୍ଟିଆ ଜଗି ରହିଥିବା ସତ୍ତ୍ୱେ ଡ୍ରୋନ ଉଡିବା ଘଟଣା ସମ୍ପର୍କରେ ସେମାନେ କିପରି ଜାଣି ପାରିଲେନି ତାହା ବର୍ତ୍ତମାନ ସମସ୍ତଙ୍କ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।

Leave a Reply

Your email address will not be published. Required fields are marked *