କେତୋଟି ବ୍ୟାଙ୍କ ରେ ଖାତା ଖୋଲିପାରିବେ ?

ଭୁବନେଶ୍ୱର ୦୩/୦୮ :- ଆଜିକାଲି ଆଧୁନିକ ସମାଜରେ ଦୁନିଆ ବହୁତ ଆଗକୁ ବଢ଼ିବାରେ ଲାଗିଛି, ଅନେକ ବ୍ୟକ୍ତି ଅନେକ ସମୟରେ ଚାକିରୀ କ୍ଷେତ୍ରରେ ହେଉ, ଶିକ୍ଷା କ୍ଷେତ୍ରରେ ହେଉ କିମ୍ବା ଅନ୍ୟାନ କୌଣସି କାରଣ ପାଇଁ ହେଉ ଦିନେ ନ ଦିନେ ତାକୁ ସ୍ଥାନାନ୍ତରଣ ହେବାକୁ ପଡୁଛି ଯାହାଦ୍ୱାରା ଯେଉଁ ସ୍ଥାନକୁ ସ୍ଥାନାନ୍ତରଣ ହେଉଛନ୍ତି ସେହି ସ୍ତାହ୍ନରେ ନିଜ ନାମରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିଦେଉଛନ୍ତି ଯାହାଦ୍ୱାରା ଜଣକେ ୩ ରୁ ୫ ଉର୍ଦ୍ଧ ଆକାଉଣ୍ଟ ଅଛି ଯାହାଦ୍ୱାରା ବହୁତ ଅସୁବିଧାରେ ପଡିଛନ୍ତି l
ଆଜିକାଲି ଆର୍ଥିକ ନେଣଦେଣ କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟ ରହିବା ଆବଶ୍ୟକ । ଏହା ସହ ଜମା ପୁଞ୍ଜିକୁ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ପଡିଥାଏ । ତେବେ ବର୍ତ୍ତମାନ ଅଧିକାଂଶ ଲୋକଙ୍କ ପାଖରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଜଣେ ବ୍ୟକ୍ତିଙ୍କ ପାଖରେ ସର୍ବାଧିକ କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିପାରିବ? ଏଥିପାଇଁ ମଧ୍ୟ ସରକାରଙ୍କର ନିୟମ ରହିଛି ।
ତେବେ ଯଦି ଜଣେ ବ୍ୟକ୍ତିଙ୍କ ନାଁ ଥିବା ବ୍ୟାଙ୍କ ଆକାଉଣ୍ଟର ସଂଖ୍ୟା ବିଷୟରେ କୁହାଯାଏ, ତେବେ ସରକାରଙ୍କ ପକ୍ଷରୁ ସେ ନେଇ କୌଣସି ନିର୍ଦ୍ଧାରିତ ସଂଖ୍ୟା ଧାର୍ଯ୍ୟ ହୋଇ ନାହିଁ । ନିଜ ଆବଶ୍ୟକତା ଅନୁସାରେ, ଜଣେ ବ୍ୟକ୍ତି ଏକାଧିକ ଆକାଉଣ୍ଟ ଖୋଲିପାରିବେ । ତେବେ ଅର୍ଥ ବିଶେଷଜ୍ଞଙ୍କ ଅନୁସାରେ, ୩ରୁ ଅଧିକ ସେଭିଙ୍ଗ ଆକାଉଣ୍ଟ ନ ଖୋଲିବା ପାଇଁ ପରାମର୍ଶ ଦେଉଛନ୍ତି । କାରଣ ଏ ସମସ୍ତ ଆକାଉଣ୍ଟକୁ ପରିଚାଳନା କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଖାତାରେ ସବନିମ୍ନ ରାଶି ରହିବା ଆବଶ୍ୟକ ହୋଇଥାଏ । ସେହିପରି କିଛି ସମୟ ଆକାଉଣ୍ଟ ବ୍ୟବହାର କରା ନ ଗଲେ ଏହି ଆକାଉଣ୍ଟ ନିଷ୍କ୍ରିୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଜଣେ ବ୍ୟକ୍ତି ନିଜ ଆବଶ୍ୟକତା ଅନୁସାରେ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଆବଶ୍ୟକ । ସରକାରଙ୍କ ପକ୍ଷରୁ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ନିୟମ କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *