କିଏ କହୁଛି ସତ… ପୀଡ଼ିତା ନା ଡିସିପି ?

ଭୁବନେଶ୍ୱର : କିଏ କହୁଛି ସତ ? ପୀଡ଼ିତା ନା ଡିସିପି ? ପୀଡ଼ିତାଙ୍କ କଥା ଠିକ୍‌ ନା ଡିସିପିଙ୍କ କଥା ଠିକ୍‌ ତାକୁ ନେଇ ଉଠିଲା ପ୍ରଶ୍ନ। ଜାତୀୟ ଗଣମାଧ୍ୟମରେ ଡିସିପି ଦେଇଥିବା ପ୍ରତିକ୍ରିୟାକୁ ନେଇ ଏବେ ଉଠିଛି ପ୍ରଶ୍ନ ! ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣା ସମ୍ପର୍କରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ଉକ୍ତିକୁ ନେଇ ଉଠିଲା ପ୍ରଶ୍ନ । ଗତକାଲି ପୀଡ଼ିତା କହିଥିଲେ ଯେ ତାଙ୍କୁ ଥାନାରେ ଏକାଧିକ ପୋଲିସ ଘୋଷାଡ଼ି ମାଡ ମାରିଥିଲେ । ଥାନା ଆଇଆଇସି ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ ପୀଡ଼ିତା । ମାତ୍ର ପୀଡ଼ିତାଙ୍କ ଏଭଳି ମନ୍ତବ୍ୟ ପରେ ଏବେ ଡିସିପି କହିଥିବା କଥାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି। ଜାତୀୟଗଣମାଧ୍ୟମ ANIକୁ ମନ୍ତବ୍ୟ ଦେଇ ଡିସିପି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୋଷାରୋପ କରିଥିଲେ । ସେ କହିଥିଲେ ଥାନାରେ ଉଭୟ ପହଞ୍ଚି ହଙ୍ଗାମା କରିବା ସହ ଦୁର୍ବ୍ୟବହାର କରିଥିଲେ । ଥାନାରେ ଥିବା ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ସହ ଗାଳି ମଧ୍ୟ କରିଥିଲେ। ଯୁବତୀ ଜଣକ ନିଶାଗ୍ରସ୍ତ ଥିଲେ ବୋଲି ଡିସିପି କହିଛନ୍ତି । ଏହାଛଡା ସେ ଆହୁରି କହିଥିଲେ ଯେ, ଯୁବତୀ ଜଣକ ଜଣେ ମହିଳା ଅଫିସରଙ୍କୁ ଚାପୁଡ଼ା ମାରିବା ସହ ଅନ୍ୟ ଜଣକୁ କାମୁଡ଼ି ଦେଇଥିଲେ । ଆଇଆଇସି ଆସି ଥାନାରେ ପହଁଞ୍ଚିବା ପରେ ତାଙ୍କୁ ବି ସେ ଦୁର୍ବ୍ୟବହାର କରିଥିଲେ । ଡ୍ୟୁଟିରେ ଥିବା ବେଳେ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ତେବେ ଡିସିପି ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲୁଥିବାବେଳେ ସ୍ଥାନୀୟ ମିଡିଆରେ କାହିଁକି ମୁହଁ ଖୋଲୁନାହାନ୍ତି ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋରଧରିଛି।

Leave a Reply

Your email address will not be published. Required fields are marked *