ସ୍ତ୍ରୀ ଙ୍କ ଶରୀର କାଟି ସ୍ୱାମୀ ବନାଇଲେ ‘ପ୍ୟୁରି’

ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟ କ୍ରୀଷ୍ଟିନା ଜୋକସିମୋଭିକଙ୍କ ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି। ଯିଏ ଏହି ଭୟଙ୍କର ଘଟଣା ଶୁଣିଛି କିମ୍ବା ପଢିଛି ସେ ଭୟଭୀତ ହୋଇପଡିଛି ।ତେବେ ତାଙ୍କ ସ୍ବାମୀ ହିଁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଏବଂ ତାଙ୍କ ଶରୀରକୁ ଏକ ବ୍ଲେଣ୍ଡରରେ ପକାଇ ପେସି ଦେଇଥିଲେ। ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟ କ୍ରୀଷ୍ଟିନା ଜୋକ୍ସିମୋଭିକଙ୍କ ଙ୍କ ମୃତ ଶରୀରକୁ ତାଙ୍କ ସ୍ବାମୀ ଆରି ଏବଂ କଇଞ୍ଚି ସାହାଯ୍ୟରେ କାଟି ଶରୀରକୁ ଲୁଚାଇବା ପାଇଁ ଏହାକୁ ବ୍ଲେଣ୍ଡ କରି ଏକ ଦ୍ରବଣ ତିଆରି କରିଥିଲେ। ପରେ ଏହି ଦ୍ରବଣରେ ଏସିଡ ମିଶ୍ରଣ କରିଥିଲେ।

ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, କ୍ରୀଷ୍ଟିନା ଜୋକସିମୋଭକଙ୍କ ଶରୀରକୁ ତାଙ୍କ ଲଣ୍ଡ୍ରି ରୁମରେ ଏକ ଆରି, ଛୁରୀ ଏବଂ ବଗିଚା କଟାଯାଉଥିବା କଇଁଚି ବ୍ୟବହାର କରାଯାଇ ଶରୀରକୁ ଖଣ୍ଡ ଖଣ୍ଡ କରାଯାଇଥିଲା। ତାଙ୍କ ମୃତଦେହକୁ ହ୍ୟାଣ୍ଡ ବ୍ଲେଣ୍ଡର ସାହାଯ୍ୟରେ କାଟି ଦିଆଯାଇଥିଲା ବୋଲି ସ୍ଥାନୀୟ ଆଉଟଲେଟ ବ୍ଲିକ ରିପୋର୍ଟ କରିଛି। ପରେ ଏହା ରାସାୟନିକ ଦ୍ରବଣରେ ଦ୍ରବୀଭୂତ କରାଯାଇଥିଲା। ୩୮ ବର୍ଷୀୟ କ୍ୟାଟୱାକ କୋଚ ଚଳିତ ବର୍ଷ ଫେବୃଆରୀରେ ତାଙ୍କ ଘରେ ମୃତ ଅବସ୍‌ଥାରେ ମିଳିଥିଲେ। ତାଙ୍କ ସ୍ବାମୀ ଥୋମାସ ଏହି ହତ୍ୟାକୁ ସ୍ବୀକାର କରି ଆତ୍ମରକ୍ଷା ଦାବି କରି କହିଥିଲେ ଯେ ସେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୋଜାନରେ ଫେଡେରାଲ କୋର୍ଟ ଦ୍ୱାରା ଥୋମାସଙ୍କ ମୁକ୍ତି ପାଇଁ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି।

ଥୋମାସ ଦାବି କରିଛନ୍ତି ଯେ ସେ ନିଜ ପତ୍ନୀଙ୍କୁ ଆତ୍ମରକ୍ଷା ପାଇଁ ହତ୍ୟା କରିଥିଲେ କାରଣ ସେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହି ହତ୍ୟାକାଣ୍ଡ ପରେ ସେ ନର୍ଭସ ହୋଇଯାଇଥିଲେ, ତେଣୁ ସେ ତାଙ୍କ ପତ୍ନୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲେ। ତେବେ, ସ୍ବିସ ଆଉଟଲେଟ FM1 ଟୁଡେ ଅନୁଯାୟୀ ଏକ ମେଡିକାଲ-ଫରେନସିକ ରିପୋର୍ଟ ‘ଆତ୍ମରକ୍ଷାର ବିବରଣୀକୁ ଖଣ୍ଡନ କରୁଛି।’

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ମଡେଲଙ୍କ ଶରୀରକୁ କିପରି ଖଣ୍ଡ ଖଣ୍ଡ କରାଯାଇଛି। ସ୍ବାମୀ ମୃତଦେହକୁ ଗାଧୋଇବା କୋଠରୀକୁ ନେଇଗଲେ, ଯେଉଁଠାରେ ସେ ଏକ କରତ, ଛୁରୀ ଏବଂ ବଗିଚା କାଟିବା କଇଁଚି ସହିତ ଏହି ଘୃଣ୍ୟ କାର୍ଯ୍ୟ କରିଥିଲେ।ଆଉଟଲେଟ ବ୍ଲିକର ଏକ ରିପୋର୍ଟ ଅନୁଯାୟୀ, ସ୍ବାମୀ ପରେ ଶରୀରକୁ ଏକ ହ୍ୟାଣ୍ଡ ବ୍ଲେଣ୍ଡରରେ ରଖି ଶରୀରର ଅଙ୍ଗଗୁଡ଼ିକୁ ‘ପ୍ୟୁରି’ କରି ରାସାୟନିକ ଦ୍ରବଣରେ ଦ୍ରବିଭୂତ କରିଥିଲେ। ଅନୁସନ୍ଧାନକାରୀ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ଏବଂ ମୃତ୍ୟୁକୁ ଲୁଚାଇବାକୁ ଚେଷ୍ଟା କରିବା ପରେ ସ୍ବାମୀ ଥୋମାସ ର୍ନିଦ୍ଦୟ ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *