ନୂଆଦିଲ୍ଲୀ : ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ଅଧିନାୟ ରୋହିତ ଶର୍ମାଙ୍କୁ ମିଳିଛି ଏକ ବଡ଼ ସଫଳତା। ସେ ପୁଣି ଥରେ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ଟପ୍ ୫ରେ ପ୍ରବେଶ କରିଛନ୍ତି। ବୁଧବାର ଆଇସିସି ପକ୍ଷରୁ ଜାରି ସଂଶୋଧିତ ରାଙ୍କିଙ୍ଗରେ ରୋହିତ ଟପ୍ ୫ରେ ଥିବା ସୂଚନା ମିଳିଛି। ରାଙ୍କିଙ୍ଗରେ ଥିବା ସମସ୍ତ ଭାରତୀୟଙ୍କ ତୁଳନାରେ ସବୁଠାରୁ ଉପରେ ରହିଛନ୍ତି ରୋହିତ। ଏହାଛଡା ବିରାଟ କୋହଲି ରାଙ୍କିଙ୍ଗର ୭ନଂ ଓ ଯୁବ ଓପନର ଯଶସ୍ୱୀ ଜୈସୱାଲ ମଧ୍ୟ ୬ନଂ ସ୍ଥାନରେ ଅଛନ୍ତି। ବାବର ଆଜମ ମଧ୍ୟ ପୂର୍ବଭଳି ଟପ ୧୦ରୁ ବାଦ ପଡ଼ିଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡର ଜୋ ରୁଟ ପୂର୍ବଭଳି ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ କେନ ୱିଲିୟମସନ, ତୃତୀୟରେ ଡାରେଲ ମିଚେଲ, ୪ର୍ଥରେ ଷ୍ଟିଭ ସ୍ମିଥ, ୫ମରେ ରୋହିତ ଶର୍ମା, ୬ଷ୍ଠରେ ଜୈସୱାଲ, ୭ମରେ ବିରାଟ କୋହଲି, ୮ମରେ ଉସମାନ ଖାଜ୍ୱା, ୯ମରେ ମହମ୍ମଦ ରିଜୱାନ ଓ ୧୦ମ ସ୍ଥାନରେ ମାର୍ନସ ଲାବୁଶେନ ରହିଛନ୍ତି।