ଭୁବନେଶ୍ୱର, ୧୨/୦୯: ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ l ଆଜି ରାଜ୍ୟ କ୍ୟାବିନେଟରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ ଟି ପ୍ରସ୍ତାବ ଉପରେ ବାଜିଛି ମୋହର l ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ l ଯେଉଁଥିରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ବିବାହିତ ଏବଂ ସାବତ ଝିଅଙ୍କୁ ନିଯୁକ୍ତି ପାଇଁ ଅଧିକାର ମିଳିବ ବୋଲି କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି l ଏଣିକି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ବାପାର ଚାକିରି ପାଇବ ଝିଅ । ବିବାହିତ ଝିଅ ତଥା ନିର୍ଭରଶୀଳ ବିବାହିତା ଏବଂ ସାବତ ଝିଅଙ୍କୁ ନିଯୁକ୍ତି ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଥଇଥାନ ଯୋଜନାରେ ଝିଅଙ୍କୁ ମିଳିବ ଚାକିରି l ଏଥିସହିତ ଅନ୍ୟ ଦୁଇଟି ପ୍ରସ୍ତାବ ହେଉଛି ଗୋପାଳପୁର ବନ୍ଦଦରର ଉନ୍ନତି ନିମନ୍ତେ ନିଆଯିବ ବଡ ପଦକ୍ଷେପ ଓ ଅଗ୍ନିବୀରଙ୍କ ପାଇଁ ରାଜ୍ୟରେ ରହିବ ୧୦ ପ୍ରତିଶତ ସଂରକ୍ଷଣ । ରାଜ୍ୟ ୟୁନିଫର୍ମ ସର୍ଭିସରେ ରହିବ ୧୦ ପ୍ରତିଶତ ସଂରକ୍ଷଣ ।