ଆଜି ପ୍ରଥମ ଟି-୨୦ ମୁକାବିଲା, ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା

ନୂଆଦିଲ୍ଲୀ : ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା। ଶ୍ରୀଲଙ୍କା ପଲ୍ଲେକେଲରେ ଉଭୟ ଦଳ ମୁହାଁମୁହିଁ ହେବେ । ୩ଟି ଟି-୨୦ ସହ ଓ୍ବାନ୍ ଡେ ମ୍ୟାଚ୍ ଖେଳିବ ଭାରତ। ଭାରତ ନୂତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଖେଳିବାବେଳେ ଶ୍ରୀଲଙ୍କା ଚାରିର୍ଥ ଆଶାଲାଙ୍କା ଓ ସନତ ଜୟସୂରିଆଙ୍କ ପ୍ରଶିକ୍ଷଣରେ ଖେଳିବ। ଟି୨୦ ବିଶ୍ବକପ -୨୦୨୪ ଟାଇଟଲ ଜିତିବା ପରେ ଶୁବମାନ ଗିଲ୍‌ଙ୍କ ନେତୃତ୍ବରେ ଭାରତ ଜିମ୍ବାୱେ ବିପକ୍ଷ ଟି୨୦ ଶୃଙ୍ଖଳାକୁ ୪-୧ରେ ଜିତିଥିଲା। ଏବେ ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ଶୃଙ୍ଖଳା ଖେଳିବାକୁ ଯାଉଛି।

ନୂତନ ଅଧିନାୟକ ଚାରିର୍ଥ ଆଶାଲାଙ୍କାଙ୍କ ନେତୃତ୍ବରେ ୨୦ ଶୃଙ୍ଖଳା ଖେଳିବାକୁ ଯାଉଛି। ନୂତନ ପ୍ରଶିକ୍ଷକ ସନତ ଜୟସୂରିଆ ରହିଛନ୍ତି। ଦଳର ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଦୁଷ୍ମନ୍ତ ଚାମିରା ଓ ନୁୱାନ ତୁଷାରା ଆହତ ହୋଇ ଦଳରୁ ବାଦ୍‌ ପଡ଼ିବା ଶକ୍ତ ଧକ୍କା ଲାଗିଛି। ବ୍ୟାଟିଂ ବିଭାଗରେ ପ୍ରଥୁମ ନିଶାଙ୍କା, କୁଶଳ ମେଣ୍ଡିସ, ଦାସୁନ ସନକା, ଆଭିସ୍କା ଫାର୍ଣ୍ଣାଣ୍ଡୋ, କୁଶଳ ପେରେରା ପ୍ରମୁଖ ରହିଛନ୍ତି। ବୋଲିଂ ବିଭାଗରେ ମହେଶ ତୀକ୍ଷଣା, ଦୁନିତ ୱାଲାଲାଗେ, ମାଥିଆଶ ପାଥିରାଣା, ୱାନିନ୍ଦୁ ହାସରଙ୍ଗା ପ୍ରମୁଖ ରହିଛନ୍ତି। ଦଳ ନିକଟରେ ଏକାଧିକ ଅଲରାଉଣ୍ଡର ରହିଛନ୍ତି। ଜୟସୂରିଆଙ୍କ ଏହା ପ୍ରଥମ ଶୃଙ୍ଖଳା ହୋଇଥିବାରୁ ତାଙ୍କ ପାଇଁ ବଡ଼ ଆହ୍ବାନ ହେବ। ଭାରତ ବିପକ୍ଷ ଶୃଙ୍ଖଳା ଲାଗି ଶ୍ରୀଲଙ୍କା ଆଇପିଏଲ ଦଳ ରାଜସ୍ଥାନ ରୟାଲ୍‌ସର ନିର୍ଦେଶକ ଜୁବିନ ଭରୁଚାଙ୍କ ଦ୍ବାରା ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିଲା। ଯାହା ଦଳକୁ ଭଲ ପ୍ରଦର୍ଶନରେ ସହାୟକ ହେବା ନେଇ ଆଶା କରାଯାଉଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ଟି୨୦ ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଭାରତ ୪ଟି ଓ ଶ୍ରୀଲଙ୍କା ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *