ଭାରତକୁ ମିଳିଲା ଆଉ ଏକ ପଦକ

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ସ୍ୱପ୍ନିଲ କୁଶାଲେ । ଷଷ୍ଠ ଦିନରେ ଭାରତକୁ ମିଳିଲା ଆଉ ଏକ ପଦକ। ନିଜର ପ୍ରଥମ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଲେ ଭାରତର ସ୍ୱପ୍ନିଲ କୁଶାଲେ । ଚଳିତ ବର୍ଷ ପ୍ୟାରିସ ଅଲିମ୍ପିକ୍ସରୁ ଭାରତକୁ ମିଳିଛି ଆଉ ଏକ ପଦକ। ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଫାଇନାଲ ମୁକାବିଲାରେ ବ୍ରୋଞ୍ଜ ଜିତିଛି ଭାରତ। ଶୁଟର ସ୍ୱପ୍ନିଲ କୁଶାଲେ ବ୍ରୋଞ୍ଜ ପଦକ ଜିତିବା ସହ ଭାରତକୁ ଆଉ ଏକ ବଡ ବିଜୟ ଭେଟି ଦେଇଛନ୍ତି। ବର୍ତ୍ତମାନ ଏହି ବିଜୟ ସହିତ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇ ୩ରେ ପହଞ୍ଚିଛି। ପୂର୍ବରୁ ମଧ୍ୟ ଭାରତକୁ ପ୍ୟାରିସ ଅଲିମ୍ପିକ୍ସରୁ ଆଉ ଦୁଇଟି ବ୍ରୋଞ୍ଜ ପଦକ ମିଳିଥିଲା। ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ମନୁ ଭାକର ପ୍ରଥମ ବ୍ରୋଞ୍ଜ ପଦକ ଭାରତକୁ ଭେଟି ଦେଇଥିଲେ। ଏହାପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମଧ୍ୟ ଭାରତକୁ ବ୍ରୋଞ୍ଜ ମିଳିଥିଲା। ଏହାଛଡା ମିକ୍ସଡ ଇଭେଣ୍ଟରେ ମଧ୍ୟ ମନୁ ଭାକର ମଧ୍ୟ ସାମିଲ ଥିଲେ। ମନୁ ଭାକର ଏବଂ ସରବଜୋତ ସିଂହ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ବିଜୟୀ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା କେବଳ ଶୁଟିଂରେ ମେଡାଲ ଆସି ଥିବାବେଳେ ଅନ୍ୟ ଇଭେଣ୍ଟରେ ଭାରତ ଉପରେ ନଜର ରହିଛି। ଆଜି ଇଭେଣ୍ଟର ଷଷ୍ଠ ଦିନରେ ହକି, ତୀରନ୍ଦାଜୀ, ଦୌଡକୁଦ ଓ ଅନ୍ୟାନ୍ୟ ପ୍ରତିଯୋଗିତା ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *