ଆମେରିକାରୁ ବିତାଡିତ ହେବେ ଭାରତୀୟ

ଭାରତୀୟ ମାନଙ୍କର ସ୍ୱପ୍ନର ସହର ହେଉଛି ଆମେରିକା | ଆମେରିକାକୁ ଯିବା ହେଉଛି ଅନେକ ଭାରତୀୟଙ୍କ ଇଛା ଏବଂ ଅଭିଳାଷ । ସେଠାରେ ଶିକ୍ଷା ଗ୍ରହଣ କରିବା ,ଏବଂ ଶିକ୍ଷା ଗ୍ରହଣ କରିସାରିବା ପରେ ବଡ ବଡ଼ କମ୍ପାନୀରେ ନିଯୁକ୍ତି ପାଇବା ଅନେକ ଭାରତୀୟଙ୍କ ସ୍ବପ୍ନ ହୋଇଥାଏ | ବର୍ତ୍ତମାନ ଅନେକ ଲୋକ ୱାର୍କ ଭିସା ନେଇ ଏବେ ଆମେରିକାରେ ବସବାସ କରୁଛନ୍ତି। ବିଶେଷ କରି ସେମାନଙ୍କ ପିଲାମାନଙ୍କର ଶିକ୍ଷା ପାଇଁ ସେମାନେ ଏଭଳି କରୁଛନ୍ତି। ତେବେ ବର୍ତ୍ତମାନ ପ୍ରାୟ ଅଢ଼େଇ ଲକ୍ଷରୁ ଅଧିକ ଯୁବବର୍ଗଙ୍କ ମୁଣ୍ଡ ଉପରେ ଏବେ ଆମେରିକାରୁ ନିର୍ବାସନ ହେବାର ଖଣ୍ଡା ଝୁଲୁଛି। ରିପୋର୍ଟ ଅନୁସାରେ ଆମେରିକା ଖୁବଶୀଘ୍ର ଅଢ଼େଇ ଲକ୍ଷରୁ ଅଧିକ ଯୁବବର୍ଗଙ୍କୁ ନିଜ ନିଜ ଦେଶକୁ ପଠାଇବାକୁ ପ୍ରସ୍ତୁତ ହେଉଛି। ବର୍ତ୍ତମାନ ଭାରତର ଅନେକ ଯୁବବର୍ଗଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ରହିଛି। ବାସ୍ତବରେ ଦେଖିବାକୁ ଗଲେ, ଆମେରିକୀୟ ନିୟମ ଅନୁଯାୟୀ, ପିଲାମାନେ କେବଳ ୨୧ ବର୍ଷ ବୟସ ପର୍ଯ୍ୟନ୍ତ ସେମାନଙ୍କ ପିତାମାତା ଉପରେ ନିର୍ଭର କରିପାରିବେ । ୨୧ ବର୍ଷ ହେବା ପରେ ସେମାନଙ୍କ ପିତାମାତାଙ୍କ ଭିସା ଉପରେ ଆମେରିକାରେ ରହିବାକୁ ଆଉ କୌଣସି ଅନୁମତି ସେମାନଙ୍କୁ ମିଳିବ ନାହିଁ। ଏଭଳି ପରିସ୍ଥିତିରେ ଅନେକ ଭାରତୀୟ ନିଜ ପିଲାମାନଙ୍କ ସହିତ ଆମେରିକାରେ ବର୍ତ୍ତମାନ ବସବାସ କରୁଛନ୍ତି।କିନ୍ତୁ ଯେତେବେଳେ ସେମାନଙ୍କର ପିଲାମାନେ ୨୧ ବର୍ଷର ହେବେ ସେତେବେଳେ ସେମାନଙ୍କୁ ଭାରତକୁ ଫେରିବାକୁ ପଡ଼ିବ। ପିତାମାତାଙ୍କ ଭିସା ଉପରେ ଆମେରିକାରେ ରହୁଥିବା ପିଲାମାନଙ୍କୁ ଡକ୍ୟୁମେଣ୍ଟ ଡ୍ରିମର୍ସ କୁହାଯାଇଥାଏ । ଯଦି ଡକ୍ୟୁମେଣ୍ଟ୍ ହୋଇଥିବା ଡ୍ରିମର୍ସଙ୍କର ୨୧ ବର୍ଷ ବୟସ ହେବା ପରେ ସେମାନଙ୍କର ନିଜସ୍ୱ ଭିସା ନାହିଁ, ତେବେ ସେମାନଙ୍କୁ ଦେଶରୁ ବିତାଡ଼ିତ କରାଯିବ। ଅନେକ ଭାରତୀୟଙ୍କ ପିଲାମାନେ ମଧ୍ୟ ଏବେ ଏହି ଡକ୍ୟୁମେଣ୍ଟ୍ ଡ୍ରିମର୍ସ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି।

Leave a Reply

Your email address will not be published. Required fields are marked *