କ୍ରିକେଟକୁ ବାଏ ବାଏ କଲେ ଧୱନ

ନୂଆଦିଲ୍ଲୀ: କ୍ରିକେଟକୁ ଅଲବିଦା କହିଲେ ଭାରତର ଷ୍ଟାର ଓପନର ଶିଖର ଧୱନ। କ୍ରିକେଟର ସମସ୍ତ ଫର୍ମାଟରୁ ଆଜି ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି ଶିଖର। ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ସେ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ସୂଚନା ଦେଇଛନ୍ତି । ଦଳରୁ ଲଗାତାର ବାଦ୍ ପଡ଼ିବା ପରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ୩୭ ବର୍ଷୀୟ ଖେଳାଳି ଶିଖର ୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଭାରତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ନିଜ କ୍ୟାରିୟରରେ ଭାରତ ପାଇଁ ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଏବଂ ୬୮ ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି।

ଯେଉଁଥିରେ ୧୭ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ସାମିଲ ରହିଛି। ଏହାସହିତ ୨୦୧୩ରେ ଟେଷ୍ଟରେ କ୍ୟାରିୟର ଆରମ୍ଭ କରି ୩୪ ମ୍ୟାଚରୁ ୨୩୧୫ରନ ସଂଗ୍ରହ କରିଛନ୍ତି । ସେ କହିଛନ୍ତି କି ‘‘ଯେବେ ବି ମୁଁ ପଛକୁ ଦେଖୁଛି ଖାଲି ସ୍ମୃତି ହିଁ ପାଉଛି। ଭାରତ କ୍ରିକେଟ ପାଇଁ ଖେଳିବା ମୋର ଗୋଟେ ସ୍ବପ୍ନ ଥିଲା। ଆଉ ସେ ସ୍ବପ୍ନ ପାଇଁ ମୁଁ ସମସ୍ତଙ୍କ ପାଖରେ ଋଣୀ। ବି‌‌‌ଶେଷ କରି ମୋ ପରିବାର, ମୋ ପିଲାଦିନର କୋଚ୍‌ ଓ ପରେ ମୋ ଟିମ୍‌ ନିକଟରେ ମୁଁ ସବୁଦିନ ପାଇଁ କୃତଜ୍ଞ ହୋଇ ରହିବି ।’’ ଧୱନ ୨୦୨୨ ମସିହାରେ ଶେଷ ଥର ପାଇଁ ବାଂଲାଦେଶ ବିପକ୍ଷରେ ନିଜର ଏକ ଦିବସୀୟ ମ୍ୟାଚ୍‌ ଖେଳିଥିଲେ।

Leave a Reply

Your email address will not be published. Required fields are marked *