ଜାତିସଂଘ ମହାସଚିବଙ୍କୁ ବ୍ୟାନ କଲା ଇସ୍ରାଏଲ !

ମଧ୍ୟପ୍ରାଚ୍ୟରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଲାଣି । ସ୍ଥିତି ଏପରି ହେଉଛି ତୃତୀୟ ବିଶ୍ବଯୁଦ୍ଧର ଆଶଙ୍କା ବି କରାଯାଉଛି । ଏହାରି ମଧ୍ୟରେ ଇସ୍ରାଏଲ କରିଛି ବଡ ଘୋଷଣା । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ୍‌ କରିଛି ଇସ୍ରାଏଲ୍‌। ଇସ୍ରାଏଲ ମାଟିକୁ ଗୁଟେରସଙ୍କ ପ୍ରବେଶ ଉପରେ ନିଷେଧ ସହିତ ସମ୍ପୂର୍ଣ କଟକଣା ଘୋଷଣା କରିଛି। ଇସ୍ରାଏଲ ଉପରେ ଇରାନର ଘନଘନ ଆକ୍ରମଣକୁ ବିଶ୍ୱର ପ୍ରାୟ ସମସ୍ତ ଦେଶ ନିନ୍ଦା କରିଛନ୍ତି। କିନ୍ତୁ ଆଣ୍ଟୋନିଓ ଗୁଟେରସ ଏହି ଆକ୍ରମଣକୁ ନିନ୍ଦା କରି ନଥିବାରୁ ଏଥିପାଇଁ ତାଙ୍କୁ ବ୍ୟାନ୍‌ ଘୋଷଣା କରାଯାଇଛି। ଏବଂ ଯେଉଁମାନେ ଏହି ଆକ୍ରମଣକୁ ସ୍ପଷ୍ଟ ଭାବେ ନିନ୍ଦା କରିପାରିବେ ନାହିଁ, ସେମାନଙ୍କର ଇସ୍ରାଏଲର ମାଟିରେ ପାଦ ପକାଇବାର କୌଣସି ଅଧିକାର ନାହିଁ ବୋଲି ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଇସ୍ରାଏଲ କ୍ୟାଟ୍‌ଜ ବୁଧବାର ତାଙ୍କ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି।

ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି , ଆଣ୍ଟୋନିଓ ଗୁଟେରସ ହେଉଛନ୍ତି ଜଣେ ମହାସଚିବ, ଯିଏ ହମାସର ହତ୍ୟାକାରୀଙ୍କ ଦ୍ୱାରା ଘଟାଯାଇଥିବା ଗଣହତ୍ୟା ଓ ଯୌନ ନିର୍ଯାତନାକୁ ମଧ୍ୟ ଏ ପର୍ଯ୍ୟନ୍ତ ନିନ୍ଦା କରି ନାହାନ୍ତି କି ସେମାନଙ୍କୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଉଦ୍ୟମ କରି ବି ନାହାନ୍ତି। ସେ ଏସବୁକୁ ସମର୍ଥନ କରିବା ସହିତ ଇରାନକୁ ସମର୍ଥନ କରନ୍ତି, ସେ ଜାତିସଂଘ ଇତିହାସରେ ଏକ କଳଙ୍କ ଭାବେ ମନେ ରହିବେ। ଏହାଛଡା ଇସ୍ରାଏଲ ତାର ନାଗରିକଙ୍କୁ ସୁରକ୍ଷା ଯୋଗାଇଦେବ ଏବଂ ଏଥିରେ ଜାତିସଂଘର କୌଣସି ଆବଶ୍ୟକ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ କ୍ୟାଟ୍‌ଜ କହିଛନ୍ତି ।

Leave a Reply

Your email address will not be published. Required fields are marked *