ଦେଶପାଇଁ ପୁଣି ଗୌରବ ଆଣିଲା ଇସ୍ରୋ

ଶ୍ରୀହରିକୋଟା: ପୁଣି ଥରେ ଇତିହାସ ରଚିଲା ଇସ୍ରୋ। ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରି ସଫଳତା ହାସଲ କଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ସଫଳତାର ସହ SSLV-D3 ରକେଟରେ ଉତକ୍ଷେପଣ ହେଲା ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆଜି ସକାଳ ପ୍ରାୟ ୯ଟା ୧୭ରେ ଏହାକୁ ଲଞ୍ଚ କରାଯାଇଥିଲା । ଇସ୍ରୋ ନିର୍ଦ୍ଧାରିତ ସମୟରେ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବାରେ ସଫଳ ହୋଇଛି । ଏହି ସାଟେଲାଇଟର ଓଜନ ପାଖାପାଖି ୧୭୫.୫ କିଲୋଗ୍ରାମ ହେବାସହ ଏହାକୁ ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ କକ୍ଷ ପଥରେ ଅବସ୍ଥାପିତ କରିଛି ଇସ୍ରୋ । ଏହା ବର୍ତ୍ତମାନ ପୃଥିବୀ ଚାରିପଟେ ଘୁରି କ୍ରମାଗତ ଭାବେ ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିବ । ଏଥିରେ ଥିବା ୩ଟି ପେଲୋଡ୍ ଦିନରାତି ପରିବେଶ ନିରୀକ୍ଷଣ କରିବା ସହ ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନାରେ ସମ୍ପୂର୍ଣ ଭାବରେ ସହାୟକ ହେବ।

Leave a Reply

Your email address will not be published. Required fields are marked *